ସେପ୍ଟେମ୍ବର ୧୦ ପରେ ଲାଗୁ ହେବ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା !

ପୂର୍ବତନ ସରକାରଙ୍କ ଅନ୍ୟତମ ଲୋକପ୍ରିୟ ଯୋଜନା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଆସନ୍ତା ମାସ (ସେପ୍ଟେମ୍ବର) ୧୦ ତାରିଖ ଯାଏଁ ଚାଲିବ। ଏହା ପରଠାରୁ ବିଏସ୍‌କେୱାଇ ବଦଳରେ ଲୋକଙ୍କୁ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ସ୍ବାସ୍ଥ୍ୟ ସୁବିଧା ମିଳିବ। ବିଏସ୍‌କେୱାଇରେ ଯେତିକି ସୁବିଧା ମିଳୁଛି ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ସମାନ ପ୍ରକାରର ସୁବିଧା ରହିବ। ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ତେବେ ବର୍ତମାନ ଜାରି ରହିବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । ବଜେଟରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ବ୍ୟବସ୍ଥା ରହିଛି । ବିଲ୍ ପାସ ହେଲା ପରେ ନୂଆ କାର୍ଡର ପ୍ରକ୍ରିୟା ଆରମ୍ଭ ହେବ । ସେପ୍ଟେମ୍ବର ୧୦ତାରିଖରେ ଆପ୍ରୋପିଏସନ୍ ବିଲ୍ ପାସ୍ ହେବ, ତା ପରେ ପର୍ଯ୍ୟାୟ କ୍ରମେ ଗୋପବନ୍ଧୁ ଆରୋଗ୍ୟ ଯୋଜନା ଲାଗୁହେବ। ସେତେବେଳେ ନୂଆ କାର୍ଡ ମିଳିବ। ପରବର୍ତ୍ତୀ ସମୟରେ ଯୋଜନା ଆଣିଲେ ତାହା ଲାଗୁହେବ, ଏବେ ବିଏସକେୱାଇ ଯେମିତି ଚାଲିବା କଥା ଚାଲିବ ବୋଲି ମୁକେଶ ମହାଲିଙ୍ଗ କହିଛନ୍ତି। ମେଡିକାଲ କଲେଜ ହେଉ ବା ଶିକ୍ଷାନୁଷ୍ଠାନ ଅବା ହସ୍ପିଟାଲ, ସବୁଠାରେ ବୁଲା କୁକୁରଙ୍କୁ ଟିକା ଦେବାର ବ୍ୟବସ୍ଥା କରାଯିବ । ନଗର ଉନ୍ନୟନ ଓ ସ୍ୱାସ୍ଥ୍ୟ ବିଭାଗ ମିଳିତ ଭାବେ ଏହା କରି ସେ ଜଳାନ୍ତକମୁକ୍ତ ଓଡ଼ିଶା କରାଯିବ। 2030 ସୁଦ୍ଧା ଦେଶ ହେବ ଜଳାନ୍ତକମୁକ୍ତ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *