ଇଭିଏମରେ ସିଲ ପ୍ରାର୍ଥୀଙ୍କ ଭାଗ୍ୟ

Spread the love

ବରଗଡ: ଆସନ୍ତାକାଲି ପ୍ରକାଶ ପାଇବ ପଦ୍ମପୁର ଉପନିର୍ବାଚନ ଫଳ।  ପଦ୍ମପୁରରେ କିଏ ବାଜି ମାରିବ ତାକୁ ନେଇ ଜାରି ରହିଛି ଦ୍ୱନ୍ଦ। ଇଭିଏମରେ ସିଲ ହୋଇ ରହିଛି ପ୍ରାର୍ଥୀଙ୍କ ଭାଗ୍ୟ। କଡା ସୁରକ୍ଷାରେ ରହିଛି ଇଭିଏମ। ସଂଖ୍ୟା ଗଣିତକୁ ନେଇ ତିନି ପ୍ରମୁଖ ଦଳ ଭିତରେ ଆରମ୍ଭ ହୋଇଗଲାଣି ଅଙ୍କକଷା। ବିଶେଷ କରି ଶାସକ ଦଳ ଲାଗି ପଦ୍ମପୁରରେ ବୃହତ୍ ବ୍ୟବଧାନରେ ଜିତିବା ଆଉ ଏହି ଆସନକୁ ବଜାୟ ରଖିବା ବଡ଼ ସମ୍ମାନର ପ୍ରଶ୍ନ ସାଜିଛି। ଧାମନଗର ପରାଜୟର ପ୍ରତିଶୋଧ ପଦ୍ମପୁରରେ ନେବ ବୋଲି ଦଳ କହିଛି। ଆଉ ମୁଖ୍ୟମନ୍ତ୍ରୀ ନିଜେ ପ୍ରଚାରକୁ ଗଲା ପରେ ଭୋଟ୍ ବ୍ୟବଧାନ ଅଧିକ ବଢ଼ିବ। ଗଲା ନିର୍ବାଚନରେ ବିଜେଡିର ବିଜୟ ବ୍ୟବଧାନ ସାଢ଼େ ୫ହଜାର ଥିଲା। ଆଉ ଏଥର ବହୁଗୁଣିତ ହେବ। ଭୋଟ୍ ହାର ବଢିଛି ଅର୍ଥ ବିଜେଡି ସପକ୍ଷରେ ଜନମତ ଯାଇଛି ବୋଲି ଦଳ କହୁଛି। କଂଗ୍ରେସ କହିଛି ଦଳକୁ ଜିତିବା ପାଇଁ ଦରକାର ପଦ୍ମପୁର ବାସୀଙ୍କ ମିରାକଲ। ଏମିତି ତମାମ ଆକଳନ ଭିତରେ ଉଭୟ ବିଜେଡି ଓ ବିଜେପିର ଦମ୍ଭୋକ୍ତି, ପଦ୍ମପୁରରେ ସେମାନଙ୍କର ବିଜୟ ଥୟ। ଏପରିକି କେତେ ମାର୍ଜିନରେ ଜିତିବେ ବୋଲି ସଂଖ୍ୟା ବି କହିସାରିଲେଣି। କଂଗ୍ରେସର ସାହା କିନ୍ତୁ ମିରାକିଲକୁ।

Leave a Reply

Your email address will not be published. Required fields are marked *