କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରୁ ବାଦ ପଡିଲେ ଦିଗବିଜୟ ଓ ଗେହଲଟ୍

Spread the love

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ରେସରୁ ଦିଗବିଜୟ ଓ ଗେହଲଟ୍ ଆଉଟ। ଶଶି ଥରୁର-ମଲ୍ଲିକାର୍ଜ୍ଜୁନ ଇନ। ବହୁ ବାଦ ବିବାଦ ଓ ଛକାପଞ୍ଝା ପରେ ଶେଷରେ ନିର୍ବାଚନ ରେସରୁ ବାଦ ପଡିଛନ୍ତି ଦିଗବିଜୟ ଓ ଗେହଲଟ୍। ନୈତିକ କାରଣ ଦର୍ଶାଇ ନିର୍ବାଚନରୁ ଓହରି ଯାଇଛନ୍ତି ଗେହଲଟ୍ ଓ ଦିଗବିଜୟ।

ନିଜ ଗୋଡରେ କୁରାଢି ମାରିଲେ ଗେହଲଟ୍। ଆରମ୍ଭରୁ ବହୁ ଆଶା-ଅଭିଳାସ ତାପରେ ବହୁ ବାଦ ବିବାଦ ଓ ଛକାପଞ୍ଝା ପରେ ଶେଷରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ସ୍ୱପ୍ନ ଧୂଳୀସାତ ହୋଇଛି। ଦଳ ଭିତରେ ଗୋଷ୍ଠୀ କନ୍ଦଳର ସୂତ୍ରଧର ସାଜିଥିବା ଗେହଲଟଙ୍କ ପାଇଁ ବୁମେରାଂ ପାଲଟିଛି। କଂଗ୍ରେସ ସଭାପତି ପାଇଁ ରେସରେ ସବୁଠାରୁ ଆଗରେ ଥିବା ଗେହଲଟ୍ ଏବେ ନିଜେ ଆଉଟ୍ ହୋଇଯାଇଛନ୍ତି। ଗେହଲଟ ଅଧ୍ୟକ୍ଷ ନିର୍ବାଚନ ଲଢିବେ ନାହିଁ ବୋଲି କହିଛନ୍ତି। ନୈତିକ କାରଣ ଦର୍ଶାଇ ସେ ଏହି ନିର୍ବାଚନରୁ ଓହରି ଯାଇଥିବା କହିଛନ୍ତି। ରାଜସ୍ଥାନ ବିଦ୍ରୋହ ପାଇଁ ସେ ନିଜକୁ ଦାୟୀ କରିବା ସହ ଅଧ୍ୟକ୍ଷ ନିର୍ବାଚନ ଲଢିବେ ନାହିଁ ବୋଲି କହିଛନ୍ତି। ତାସହ ରାଜସ୍ଥାନ ସଙ୍କଟ ପାଇଁ ସେ ସୋନିଆ ଗାନ୍ଧୀଙ୍କୁ କ୍ଷମା ମାଗିଛନ୍ତି।

ଗେହଲଟଙ୍କ ଭଳି ଦିଗବିଜୟ ମଧ୍ୟ ନାମାଙ୍କନ ରେସରୁ ବାଦ ପଡିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ଆଗଧାଡିରେ ଥିବା ଦିଜବିଜୟ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଭରିବେ ନାହିଁ ବୋଲି କହିଛନ୍ତି। ପୂର୍ବରୁ ସୂଚନା ରହିଥିଲା କି, ଦିଗବିଜୟ ଅଧ୍ୟକ୍ଷପଦ ପାଇଁ ନାମାଙ୍କନ ଭରିବେ। ଏହାସହ ସେ ଦଳୀୟ କାର୍ଯ୍ୟାଳୟରୁ ନାମାଙ୍କନ ପତ୍ର ବି ନେଇଥିଲେ। ହେଲେ ନାମାଙ୍କନର ଶେଷ ଦିନରେ ଆଜି କଂଗ୍ରେସ ନାମାଙ୍କନ ରେସରୁ ଓହରି ଯାଇଛନ୍ତି। ଏବଂ ଦଳର ଅନ୍ୟତମ ବରିଷ୍ଠ ନେତା ମଲ୍ଲିକାର୍ଜ୍ଜୁନ ଖଡ଼ଗେକୁ ସମର୍ଥନ ଜଣାଇଛନ୍ତି ଦିଗବିଜୟ।  

ନେହେରୁ-ଗାନ୍ଧୀ ପରିବାର ବିନା କଂଗ୍ରେସ ଶୂନ। ପାର୍ଟି ଭିତରେ ଅତୀତରେ ଅନେକ ଥର ଫାଟ ସୃଷ୍ଟି ହୋଇଛି। ନେତାଙ୍କ ମଧ୍ୟରେ ବିଭାଜନ ହୋଇଛି। କିନ୍ତୁ ୯୯ ପ୍ରତିଶତ କଂଗ୍ରେସ ଲୋକେ ଗାନ୍ଧି ପରିବାରକୁ ସମର୍ଥନ କରିଛନ୍ତି। ସ୍ୱାଧିନତା ପୂର୍ବରୁ ଗାନ୍ଧୀ ପରିବାର ହିଁ ଦେଶକୁ ବଞ୍ଚାଇଥିଲା। ନାମାଙ୍କନ ପୂର୍ବରୁ କିଛି ଏଭଳି କହିଥିଲେ ଦିଗବିଜୟ। ଦଳରେ ଫାଟ ଓ ସଙ୍କଟକୁ ନେଇ ଏଭଳି ମତ ରଖିଥିଲେ ଦିଗବିଜୟ।

କଂଗ୍ରେସ ସଭାପତି ପଦ ପାଇଁ ଆଜି ନାମାଙ୍କନର ଶେଷ ଦିନ। ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ଆଗଧାଡିରେ ଥିବା ଗେହଲଟ ଓ ଦିଗବିଜୟ ରେସରୁ ଆଉଟ ହେବା ପରେ ଏବେ ଦଳର ବରିଷ୍ଠ ନେତା ଶଶି ଥରୁର ଓ ମଲ୍ଲିକାର୍ଜ୍ଜୁନ ଖଡ଼ଗେଙ୍କ ମଧ୍ୟରେ ପ୍ରତିଯୋଗିତା ହେବ।

  • ପ୍ରେମଲତା ବାରିକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *