କଟନୀ ଛଟନୀ ପଛରେ ମନ୍ତ୍ରୀଙ୍କ ଡିଲ୍

ଚାଷୀଙ୍କ ଧାନ କିଣାରେ ବ୍ୟାପକ କଟନିଛଟନି ଚାଲିଛି। ଏହା ପଛରେ ରହିଛି ବଡ଼ ଡିଲ୍। ମିଲର ଓ ସରକାରୀ କର୍ମଚାରୀଙ୍କ ଭିତରେ ଅସାଧୁ ମେଣ୍ଟ ଆଉ ସୀମିତ ରହିନି। ଏଥିରେ ମନ୍ତ୍ରୀ ବି ସାମିଲ୍। ଧାନ କିଣାରେ ସରକାର ବିଫଳ, କ୍ୱିଣ୍ଟାଲ ପିଛା ୧୫ କେଜି ଯାଏଁ କଟନିଛଟନି ସମ୍ପର୍କିତ ମୁଲତବୀ ପ୍ରସ୍ତାବ ଆଲୋଚନା ବେଳେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ନାଁରେ ସଙ୍ଗୀନ ଆରୋପ ଆଣିଛନ୍ତି ବାହିନୀପତି। ମନ୍ତ୍ରୀ ଗଡ଼ନାୟକ ନାମକ ବ୍ୟକ୍ତିକୁ ନିଜର ରାଜନୈତିକ ସଚିବ ନିଯୁକ୍ତି କରି ମିଲ୍ ପିଛା ଲକ୍ଷେ ଲେଖାଏଁ ଫିକ୍ସ କରିଥିଲେ। ୩ କୋଟିରେ ଡିଲ୍ ଛିଣ୍ଡିଥିଲା। ମିଳିଲା ୨ କୋଟି। ମନ୍ତ୍ରୀଙ୍କ ଲାଗି ଡିଲ୍‌ କରୁଥିବା ବ୍ୟକ୍ତି ଜଣଙ୍କ ଟଙ୍କା ମାଗିବାର ସିଡିକୁ ବିଧାନସଭାରେ ପ୍ରମାଣ ସ୍ୱରୂପ ଦେଖାଇବାକୁ ଆଣିଥିଲେ ବାହିନୀପତି। ୧୩୦ ଜଣ ସପ୍ଲାଏ ଇନ୍ସପେକ୍ଟର ବଦଳି ପାଇଁ ଟଙ୍କା ମାଗିବାରୁ ସମସ୍ୟା ସୃଷ୍ଟି ହୋଇଥିଲା। ବୌଦ୍ଧରେ ଜଣେ ମିଶ୍ର ପଇସା କଲେକ୍ସନ କଲେ। ସେଥିଲାଗି ଗୃହ କମିଟି ଗଠନ ସହ ଏହାର ଭିଜିଲାନ୍ସ ତଦନ୍ତ ଦାବି କରିଥିଲେ ବାହିନୀପତି। ମନ୍ତ୍ରୀଙ୍କ ଡାହାଣ ହାତ କଂସରାଜୁତି କରୁଛି।

ଚାଷୀ ନା ମିଲରଙ୍କ ପ୍ରତି ସରକାରଙ୍କ ପ୍ରତିବଦ୍ଧତା ରହିଛି ବୋଲି ପଚାରିଛି ବିଜେଡି। ସରକାରଙ୍କ କଥା ଓ କାମରେ ଆକାଶ ପାତାଳ ତଫାତ୍। ସୋହେଲା ସମାବେଶରେ ମୁଖ୍ୟମନ୍ତ୍ରୀ କହିଥିଲେ, ଯିଏ ଦୁର୍ନୀତି କରିବ, ଜେଲ ଯିବ। କ୍ୱିଣ୍ଟାଲ୍ ପିଛା ୧୦ରୁ ୨୦ କେଜି କାଟିଦିଆଯାଉଛି। ଏହା ନିରାଟ ସତ। କିନ୍ତୁ ମନ୍ତ୍ରୀ ଘଣ୍ଟ ଘୋଡ଼ାଇ ରଖିବା କେତେଦୂର ଯୁକ୍ତିଯୁକ୍ତ। ଧାନ କ୍ଲିନର ମେସିନ୍ କେବଳ ପ୍ରହସନ। କଟନିଛଟନିର ତଦନ୍ତ ଲାଗି ଗୃହ କମିଟି ହେଉ।

ଯୋଗାଣ ମନ୍ତ୍ରୀ କହିଛନ୍ତି, ତାଙ୍କ ରାଜନୈତିକ ସଚିବ ସାଜି ଚାନ୍ଦା ଆଦାୟ କରୁଥିବା ଜୀବନଜ୍ୟୋତି ଗଡ଼ନାୟକଙ୍କୁ ନଭେମ୍ୱର ୧୧ରୁ ବହିଷ୍କାର କରାଯାଇଛି। ଧାନ କିଣାରେ ଅନିୟମିତତା ଓ ଅବହେଳା ପାଇଁ ଅନେକଙ୍କ ଉପରେ ଆକ୍ସନ ହେଲାଣି। ୯ଜଣ ମିଲରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। କଟନିଛଟନିକୁ ରୋକିବାକୁ ନିରନ୍ତର ପ୍ରୟାସ ହେଉଛି। ଧାନର ମାନ ପରୀକ୍ଷଣ ପାଇଁ ୧୭୧୮ ଜଣ ନିଯୁକ୍ତ ହୋଇଛନ୍ତି। ନନ୍-ଏଫଏକ୍ୟୁରୁ ଏଫଏକ୍ୟୁକୁ ପରିବର୍ତ୍ତନ ଲାଗି ୧୪୦ଟି ସଫେଇ ଯନ୍ତ୍ର ଯୋଗାଇ ଦିଆଯାଇଛି।

ଧାନର ମାନ ପରୀକ୍ଷଣ ଆଳରେ ଚାଲିଛି ବ୍ୟାପକ କଟନିଛଟନି। ଆଉ ଏହା ପଛରେ ବଡ଼ କିକ୍‌ବ୍ୟାକର ସନ୍ଦେହ କରିଛନ୍ତି ବିରୋଧୀ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *