ପ୍ରଥମରୁ ସରକାରଙ୍କ ନୀତି ସ୍ପଷ୍ଟ ଅଛି । ପ୍ରକୃତ ହିତାଧିକାରୀଙ୍କୁ ରାସନ କାର୍ଡ ଯୋଗାଇ ଦେବା ସରକାରଙ୍କ ଦାୟିତ୍ଵ । ବିଗତ ସରକାର ସମୟରେ ଯୋଗ୍ୟ ଲୋକମାନେ ରାସନକାର୍ଡ ହରାଇଥିଲେ । ସରକାରୀ କର୍ମଚାରୀ ରାସନକାର୍ଡ ହାତେଇଥିଲେ । ଯୋଗାଣ ବିଭାଗ ପକ୍ଷରୁ ବ୍ୟାପକ ସର୍ଭେ ହୋଇଥିଲା । ଯେଉଁଥିରୁ ଆୟକରଦାତା, ମୃତବ୍ୟକ୍ତି, ବଡ଼ବଡ଼ିଆ ଧରା ପଡ଼ିଛନ୍ତି । ଏମାନଙ୍କୁ ରାସନକାର୍ଡରୁ ବାଦ ଦିଆଯିବ । ଗରିବ, ଯୋଗ୍ୟ ଏବଂ ପ୍ରକୃତ ହିତାଧିକାରୀଙ୍କୁ ରାସନ କାର୍ଡ ଦିଆଯିବ । ଇ- କେୱାଇସି ଦ୍ଵାରା ରାସନ ବିତରଣ ପ୍ରକ୍ରିୟା ସ୍ୱଚ୍ଛ ହେଉଛି ବୋଲି କହିଛନ୍ତି ବିଜେପି ବିଧାୟକ ଅଶୋକ ମହାନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now