ଗ୍ରାମାଞ୍ଚଳର ବିକାଶ ବିଜେପି ସହ୍ୟ କରିପାରୁନାହିଁ : ବିଜେଡି

Spread the love

ଭୁବନେଶ୍ୱର : ରାଜ୍ୟ ସରକାର ଓଡ଼ିଶାର ଗ୍ରାମାଞ୍ଚଳରେ ଥିବା ପ୍ରତ୍ୟେକ ପଞ୍ଚାୟତର ରୂପାନ୍ତୀକରଣ, ଡିଜିଟାଲ ଭିତ୍ତିଭୂମିର ବିକାଶ ଏବଂ ସର୍ବୋପରି ଜଗନ୍ନାଥ ସଂସ୍କୃତି ଓ ଐତିହ୍ୟର ସଂସ୍ଥାପନା ଲାଗି ଐତିହାସିକ ପଦକ୍ଷେପ ନେଉଛନ୍ତି । କିନ୍ତୁ ଓଡ଼ିଶା ବିଜେପି ଏଥିରେ ବି ରାଜନୀତି କରିବାକୁ ଅପଚେଷ୍ଟା କରୁଛି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଡ. ଲେନିନ୍ ମହାନ୍ତି ।

ମହାନ୍ତି କହିଛନ୍ତି ଯେ ଓଡ଼ିଶା ବିଜେପିର କାର୍ଯ୍ୟକଳାପ ସଦାବେଳେ ଓଡ଼ିଶା ବିରୋଧୀ । ଓଡ଼ିଶା ବିଜେପି ନେତାମାନେ କେବେ ବି ଓଡ଼ିଶାର ବିକାଶ ଚାହାନ୍ତି ନାହିଁ । ଓଡ଼ିଶାର ପ୍ରତିଟି ଗାଁ ଗଣ୍ଡାରେ ଓଡ଼ିଆ ସଂସ୍କୃତି ଓ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ହେଉ ବୋଲି ଇଚ୍ଛା କରନ୍ତି ନାହିଁ । ଓଡ଼ିଶାବାସୀ ଏସବୁ ଦେଖୁଛନ୍ତି । ତେଣୁ ସେମାନଙ୍କୁ ବାରମ୍ବାର ପ୍ରତ୍ୟାଖ୍ୟାନ କରୁଛନ୍ତି ।

ସମୀର ବାବୁଙ୍କ ମୁହଁରୁ ଆର୍ଟିଫିସିଆଲ ଇେଂଟଲିଜେନ୍ସ କଥା ଆଶ୍ଚର୍ଯ୍ୟଜନକ । ତାଙ୍କୁ ସ୍ମାର୍ଟଫୋନ୍ ମଧ୍ୟ ଭଲ ଭାବରେ ବ୍ୟବହାର କରିବା ଜଣା ନାହିଁ । ତାଙ୍କୁ ଯେଉଁ କାଗଜ ଧରାଇ ଦିଆଯାଇଛି, ସେ କେବଳ ତାହା ପଢି ଦେଇଛନ୍ତି । ସେମାନେ ଏହାର ସିବିଆଇ ତଦନ୍ତ କରୁନାହାନ୍ତି କାହିଁକି ବୋଲି କହିଛନ୍ତି ମହାନ୍ତି ।

Leave a Reply

Your email address will not be published. Required fields are marked *