ଦୀର୍ଘ ୨୪ ବର୍ଷ ପରେ ଅଣଗାନ୍ଧୀ କଂଗ୍ରେସର ସଭାପତି

Spread the love

ନୂଆଦିଲ୍ଲୀ: ଦୀର୍ଘ ୨୪ ବର୍ଷ ପରେ ଜଣେ ଅଣଗାନ୍ଧୀ କଂଗ୍ରେସର ସଭାପତି ପଦରେ ବସିବାକୁ ଯାଉଛନ୍ତି। ମଲ୍ଲିକାର୍ଜୁନ ଖଡଗେ ଓ ଶଶୀ ଥରୁରଙ୍କ ଭିତରେ ଏହି ପଦ ଲାଗ ପ୍ରତିଦ୍ୱନ୍ଦିତା ହୋଇଛି। ସକାଳ ୧୦ଟାରୁ ଅପରାହ୍ନ ୪ଟା ଯାଏ ମତଦାନ ଚାଲିଥିଲା। ଦେଶର ୬୭ଟି ମଦତାନ କେନ୍ଦ୍ରରେ ୯ହଜାରରୁ ଅଧିକ ପିସିସି ପ୍ରତିନିଧି ମତସାବ୍ୟସ୍ତ କରିଛନ୍ତି। ଏଆଇସିସି ଅଫିସରେ ଦଳର କେନ୍ଦ୍ରୀୟ ନିର୍ବାଚନ କର୍ତ୍ତୃପକ୍ଷ ମଧୁସୂଦନ ମିସ୍ତ୍ରୀ ଭୋଟିଂ ଆଗରୁ ଏହାର ସମସ୍ତ ପ୍ରକ୍ରିୟାକୁ ଆଉଥରେ ନିରୀକ୍ଷଣ କରିଥିଲେ। ଏଆଇସିସିର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଏଆଇସିସି ହେଡକ୍ୱାର୍ଟରରେ ଭୋଟ ଦେଇଥିଲା ବେଳେ ଭାରତ ଯୋଡ଼ ଯାତ୍ରାରେ ଥିବା ରାହୁଲ ଗାନ୍ଧୀ କର୍ଣ୍ଣାଟକର ବାଲାରିରେ ଭୋଟ ଦେଇଛନ୍ତି। କଂଗ୍ରେସ ସାଂସଦମାନେ ବି ଏଆଇସିସି ଅଫିସରେ ଭୋଟ ଦେଇଛନ୍ତି। ମନମୋହନ ସିଂ, ପି.ଚିଦାମ୍ୱରମ, ଜୟରାମ ରମେଶଙ୍କ ଭଳି ବହୁ ତୁଙ୍ଗ ନେତା ମତସାବ୍ୟସ୍ତ କରିଛନ୍ତି। ବେଙ୍ଗାଲୁରୁରେ ଖଡଗେ ନିଜର ମତସାବ୍ୟସ୍ତ କରିଥିଲା ବେଳେ ତାଙ୍କର ପ୍ରତିଦ୍ୱନ୍ଦୀ ଥରୁର କେରଳର ଥିରୁବନନ୍ତପୁରମରେ ଭୋଟ ଦେଇଛନ୍ତି। ଭୋଟ ଦେବା ପରେ ଖଡଗେ କହିଛନ୍ତି କି, ଦଳର ଆଭ୍ୟନ୍ତରୀଣ ନିର୍ବାଚନର ଏହା ଏକ ଅଂଶବିଶେଷ। ଶଶୀ ଥରୁରଙ୍କ ସହ ମିଶି ସେ ଦଳକୁ ଆଗେଇନେବେ। ଶଶୀ ବି ସକାଳୁ ତାଙ୍କୁ ଫୋନ୍ କରି ଶୁଭେଛା ଜଣାଇଛନ୍ତି। ଆଉ ସେ ବି ଶଶୀଙ୍କୁ ଅନୁରୂପ ଶୁଭେଛା ଜ୍ଞାପନ କରିଛନ୍ତି।

ସେପଟେ ଶଶୀ ଥରୁର ନିଜର ଟ୍ୱିଟରେ ଆସନ୍ତାକାଲି ପାଇଁ ଭାବି ତାଙ୍କୁ ସମର୍ଥନ କରିବାକୁ ଅପିଲ୍ କରିଥିଲେ ସମସ୍ତ ମତଦାତାଙ୍କୁ। ସେ ବେଶ୍ ଆଶାବାଦୀ। କଂଗ୍ରେସର ଭାଗ୍ୟ ଦଳୀୟ କର୍ମୀଙ୍କ ହାତରେ। କଂଗ୍ରେସର ପୁନରୁଦ୍ଧାର ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ନିର୍ବାଚନର ଯାହା ବି ପରିଣତି ଆସୁ। ସେ ଓ ଖଡଗେ ସବୁଦିନ ଲାଗି ସହକର୍ମୀ ଓ ବନ୍ଧୁ ହୋଇ ରହିବେ। ଆଉ ଦଳକୁ ମିଳିତ ଭାବେ ଆଗେଇନେବେ। ଆମ ଭିତରେ କୌଣସି ଆଦର୍ଶଗତ ପାର୍ଥକ୍ୟ ନାହିଁ। କିନ୍ତୁ କାମ କରିବାର ଶୈଳୀରେ ଭିନ୍ନତା ଆଣିବାକୁ ମୁଁ ଚାହେଁ।

ଖଡଗେ ଗରିବ ପରିବାରରୁ ଆସିଛନ୍ତି। ସ୍ନାତକ ଓ ଆଇନ ଶିକ୍ଷା ଗୁଲବର୍ଗରେ କରିଥିଲା ବେଳେ ଥରୁର ଲଣ୍ଡନରେ ଜନ୍ମଗ୍ରହଣ କରିଥିଲେ। ରାଜନୀତିରେ ଖଡଗେଙ୍କ ୫୦ ବର୍ଷର ଅଭିଜ୍ଞତା ସାଙ୍ଗକୁ ସେ ୯ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଦଳର ଜଣେ ଆଗ ଧାଡ଼ିର ଦଳିତ ଚେହେରା ଭାବେ ଜଣାଶୁଣା। ଶଶୀ ଥରୁର ବି କେନ୍ଦ୍ରରେ ମନ୍ତ୍ରୀ ଥିଲେ। ଦଳକୁ ଡିଫେଣ୍ଡ କରିବା ଲାଗି ସବୁବେଳେ ଆଗ ଧାଡିରେ ଥାଆନ୍ତି ଥରୁର୍। ଦୀର୍ଘ ୧୩୭ ବର୍ଷର ଦଳର ଇତିହାସରେ ଷଷ୍ଠ ଥର ଲାଗି ସଭାପତି ନିର୍ବାଚନ ଲାଗି ଭୋଟିଂ ହୋଇଛି।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *