ନୋଡାଲ ଅଫିସର ଓ ସୁପରଭାଇଜରଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ

ଚଳିତ ବର୍ଷ ଖରିଫ ମଣ୍ଡିରେ କିଭଳି ଏଫଏକିୟୁ ମାନର ଧାନ ସରକାର କିଣିବେ ଏହା ପାଇଁ ବାଙ୍କୀ ଜାତମୁଣ୍ଡିଆରେ ଧାନର ମାନ ଯାଞ୍ଚ ପାଇଁ ନିଯୁକ୍ତି ରହିଥିବା ନୋଡାଲ ଅଫିସର ଓ ସୁପରଭାଇଜରଙ୍କୁ ତାଲିମ ପ୍ରାପ୍ତ ଅଧିକାରୀ ଦ୍ୱାରା ଦିଆଗଲା ସ୍ୱତନ୍ତ୍ର ତାଲିମ। ଧାନ ର ମାନ ଯାଞ୍ଚ ପାଇଁ ଅତ୍ୟାଧୁନିକ ସମ୍ପନ୍ନ ଏକ ମେସିନ ପ୍ରତ୍ୟେକ ଟି ଧାନ ମଣ୍ଡିରେ ରଖିବାର ସ୍ୱତନ୍ତ୍ର ବ୍ୟବସ୍ଥା ରହୁଛି। ଯାହା ଧାନ ର ସଠିକ ମାନ କେତେ ରହିଛି ତାହା ସ୍ପଷ୍ଟ କରିବ। ସେଥିପାଇଁ ଆଜିର ଏ ତାଲିମ ଶିବିର ବୋଲି ସୂଚନା ଦେଇଛନ୍ତି ବିଭାଗୀୟ ଅଧିକାରୀ। ଏହି ତାଲିମ ଶିବିରର ବାଙ୍କୀ ଅଂଚଳରେ ଥିବା ୪୮ଟି ସେବା ସମବାୟ ସମିତିର ସମ୍ପାଦକ ହୋଇଥିଲେ ସାମିଲ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *