ପଦ୍ମ ଧରିଲେ ମମତା ମହନ୍ତ

ବିଜେପିରେ ମିଶିଲେ ମମତା ମହନ୍ତ । ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ସାମିଲ ହେଲେ ମମତା ମହନ୍ତ। ଗତକାଲି ବିଜେଡିରୁ ଇସ୍ତଫା ଦେଇଥିଲେ ମମତା ମହନ୍ତ। ରାଜ୍ୟସଭା ସଦସ୍ୟତା ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ । ବିଜେପିରେ ସାମିଲ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ମମତା । କହିଲେ, କାଲି ରାଜ୍ୟସଭା ଓ ବିଜେଡିରୁ ଇସ୍ତଫା ଦେଇଥିଲି । ମୋତେ ବିଜେଡି ସୁଯୋଗ ଦେଇଥିବାରୁ କୃତଜ୍ଞ । ଲୋକଙ୍କ ସେବା ଓ ଜନକଲ୍ୟାଣ କରିବା ମୋର ଲକ୍ଷ୍ୟ । ମାତ୍ର ବିଜେଡି ମୋର ଆବଶ୍ୟକତା ମନେକରୁନି । କୁଡମୀ ସମାଜ ପାଇଁ ଅଧିକ କାମ କରିବାକୁ ଚାହୁଁଛି । ତେଣୁ ବିଜେପିରେ ସାମିଲ ହେବାକୁ ନିଷ୍ପତ୍ତି ନେଲି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *