ପୁଣି ବଢିପାରେ ଧାନର ସହାୟକ ମୂଲ୍ୟ !

ପୁଣି ବଢିପାରେ ଧାନର ସହାୟକ ମୂଲ୍ୟ। ଧାନ ସହ ଡାଲି ଓ ତୈଳ ଜାତୀୟ ଦ୍ରବ୍ୟର ବି ସହାୟକ ମୂଲ୍ୟ ବୃଦ୍ଧି କରିପାରନ୍ତି କେନ୍ଦ୍ର ସରକାର। ଆଜି ଏନେଇ ପୂର୍ବ ଭାରତ ରାଜ୍ୟ ସମୂହ ବୈଠକରେ କେନ୍ଦ୍ର ପାଖରେ ପ୍ରସ୍ତାବ ରଖିଛନ୍ତି ରାଜ୍ୟ ଗୁଡ଼ିକର ପ୍ରତିନିଧି ମଣ୍ଡଳୀ। ରାଜ୍ୟ ଅତିଥି ଭବନରେ ବସିଥିବା ଏକ ବୈଠକରେ Commission for agriculture costs and prices (CACP) ର ଅଧ୍ୟକ୍ଷ ପ୍ରଫେସର ବିଜୟପଲ ଶର୍ମା ଯୋଗଦେଇଥିବା ବେଳେ ଓଡ଼ିଶା, ଛତିଶଗଡ଼, ବିହାର, ପଶ୍ଚିମ ବଙ୍ଗ ଓ ଝାରଖଣ୍ଡର ପ୍ରତିନିଧି ମଣ୍ଡଳ ଯୋଗ ଦେଇଥିଲେ। ଧାନ, ଗହମ, ଡାଲି ଓ ତୈଳ ଜାତୀୟ ଶସ୍ୟ କେଉଁ ରାଜ୍ୟରେ ଉତ୍ପାଦନ ଦର କେତେ ରହୁଛି ଏନେଇ ଏକ ତଥ୍ୟ କେନ୍ଦ୍ର ଆଗରେ ଉପସ୍ଥାପନା କରିଥିଲେ। ଏହି ଅନୁପାତରେ msp ର ମୂଲ୍ୟ କେତେ ବୃଦ୍ଧି କରାଗଲେ ଚାଷୀ ଉପକୃତ ହେବେ ସେନେଇ ଆଲୋଚନା ହୋଇଥିଲା। ତେବେ ଖୁବ ଶୀଘ୍ର ରାଜ୍ୟ ଗୁଡ଼ିକ ଲିଖିତ ଆକାରରେ ପ୍ରସ୍ତାବ କେନ୍ଦ୍ରକୁ ପଠାଇବେ ବୋଲି କହିଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *