ବିବାଦରେ ପ୍ରକାଶ ମିଶ୍ରଙ୍କ ବହି

ପ୍ରକାଶ ମିଶ୍ରଙ୍କ ପୁସ୍ତକ ରେ ନବୀନଙ୍କ ଚରିତ୍ର ସଂହାର ଅତ୍ୟନ୍ତ ଦୁଃଖର କଥା । ନବୀନ ଜଣେ ମୁଖ୍ୟମନ୍ତ୍ରୀ ଭାବରେ ୨୪ ବର୍ଷ ଓଡ଼ିଶାରେ ଶାସନ କଲେ। ସେ କିଛି ଜାଣି ପାରୁନଥିଲେ ଏ କଥା ଶୁଣିଲେ ଲୋକ ହସିବେ । ସେ ଫିଲ୍ଡର ଭଲ ମନ୍ଦ ଦାୟୀତ୍ୱ ଅନ୍ୟକୁ ଦେଇଥିଲେ। ନିଜ ନିର୍ବାଚନ ମଣ୍ଡଳୀ କଥା ସେ ନିଜେ ବୁଝୁଥିଲେ । ତେଣୁ ନବୀନ ବାବୁ କିଛି ଜାଣୁ ନଥିଲେ ୨୪ ବର୍ଷ କିଭଳି ଶାସନ କଲେ ବୋଲି ପାଲଟା ପ୍ରଶ୍ନ କରିଛନ୍ତି ବିଜେଡି ବିଧାୟକ ପ୍ରଦୀପ ଦିଶାରୀ । ସେପଟେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଲେ ସେ ତାଙ୍କ ଦୃଷ୍ଟିକୋଣ ରୁ ବହି ଲେଖିଛନ୍ତି। ବହିକୁ ଅଧ୍ୟୟନ କଲେ ସେ ସମ୍ପର୍କରେ ମତ ଦେଇ ପାରିବି । ଲୋକେ ସମାଜର ସବୁଠୁ ବଡ଼ ବିଚାରକ, ସେମାନେ ବିଚାର କରିବେ । ମିଳିତ ଭାବେ ମେଣ୍ଟ ସରକାରରେ ଯେତେବେଳେ ଥିଲୁ ମେଣ୍ଟ ଧର୍ମ ପାଳନ କରୁଥିଲୁ । ସରକାର ଠିକ ରାସ୍ତାରେ କେମିତି ଚାଲିବ ସେ ନେଇ କାମ କରୁଥିଲୁ । ଏବେ ଏକାକୀ ସରକାର କରିଛୁ ଏକାକୀ କାମ କରୁଛୁ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *