ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଦାବି

 ସାଲେପୁର ଟାଙ୍ଗୀ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଏବଂ ବିଜ୍ଞାପିତ ଅଞ୍ଚଳ ଗଠନ ପାଇଁ  ମୁଖ୍ୟମନ୍ତ୍ରୀଙ୍କ ପାଖରେ ଦାବି କରିଛନ୍ତି ଶାସକ ଦଳ ନେତା ଓ କର୍ମୀ । ବିଜେପି ବିଧାୟକ ପ୍ରାର୍ଥୀ ଅରିନ୍ଦମ ରାୟ  ସ୍ଥାନୀୟ ଭାତପଡାରେ  ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ  ବିଭିନ୍ନ ଉନ୍ନତି ମୂଳକ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଦାବି ଜଣାଇଛନ୍ତି । ବିଜ୍ଞାପିତ ଅଞ୍ଚଳ ଏହି ଅଞ୍ଚଳରେ ଶତକଡ଼ା ୭୦ ଭାଗ ଲୋକ କୃଷି ଉପରେ ନିର୍ଭର କରନ୍ତି । ଏଠାରେ ଗୋଟିଏ ବ୍ରିଟିଶ ଅମଳରୁ ବାପୁଜୀ ଶୀତଳ ଭଣ୍ଡାର ବହୁଗ୍ରାମ ଠାରେ ଥିଲା। ୪ ଗୋଟି ବ୍ଲକ୍‌ର ଚାଷୀ ଏହି ଶୀତଳ ଭଣ୍ଡାର ଉପରେ ନିର୍ଭର କରି ଚାଷ କରୁଥିଲେ। ତାହା ବନ୍ଦ ହୋଇଯାଇଛି। ସତ୍ୟଭାମାପୁର ଠାରେ ଉତ୍କଳ ଗୌରବ ମଧୁସୂଦନ ଦାସ ଜନ୍ମ ହୋଇଥିଲେ। ତାଙ୍କ ନାମରେ କଟକ ଚାନ୍ଦବାଲି ରାସ୍ତା (SH-9A) କୁ ନାମିତ କରାଯାଉ। ଏହି ଅଞ୍ଚଳରେ ବହୁ କ୍ରୀଡ଼ାପ୍ରେମୀ ରାଜ୍ୟ ବାହାରେ ଖ୍ୟାତି ଅର୍ଜନ କରିଛନ୍ତି। ସେଥିପାଇଁ ଏଠାରେ ଏକ ମିନି ଷ୍ଟାଡିୟମ୍ କରାଯାଉ। ଏହି ନିର୍ବାଚନ ମଣ୍ଡଳୀ କୃଷି ବହୁଳ ଅଞ୍ଚଳ ଥିବାରୁ ସେଥିପାଇଁ ସ୍ଵତନ୍ତ୍ର ଆର୍ଥିକ ଅନୁଦାନ ଦିଆଯାଉ। ସାଲେପୁର ଠାରୁ ଶିଶୁଆ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଶିଶୁଆଠାରୁ ଚିତ୍ରୋତ୍ପଳା ବ୍ୟାରେଜ ଦେଇ କୁଳିଆ ପର୍ଯ୍ୟନ୍ତ ବାଇପାସ୍‌ ରାସ୍ତା ନିର୍ମାଣ କରାଯାଉ ବୋଲି ଆଠ ଦଫା ସମ୍ବଳିତ ଦାବି ଜଣାଇଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *