ବିରୋଧୀଙ୍କୁ ଜବାବ ଦେଲେ ବିଜେପି ବିଧାୟକ

ଶୂନ୍ୟକାଳ ରେ କିଟ୍ ପ୍ରସଙ୍ଗ ଉଠାଇ ବିରୋଧୀଙ୍କୁ ଜବାବ ଦେଲେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ। ବିଜେଡ଼ିକୁ କଲେ ଟାର୍ଗେଟ। କିଟରେ ଯେଉଁ ଘଟଣା ଘଟିଛି ତାହା ଦୁର୍ଭାଗ୍ୟ ଜନକ।  କିନ୍ତୁ କିଟ୍ ର ମାଲିକ କେଉଁ ଦଳର ସାଂସଦ ଥିଲେ।  କେଉଁ ଦଳ ତାଙ୍କୁ କୋଳରେ ବସାଇଥିଲା। ପରି, ମମିତା, ମାହାଙ୍ଗା ଭଳି ଘଟଣା ଘଟିଥିଲା। ସେଥିରେ ବିଜେଡ଼ି ସରକାର ର ନେତା ବିଧାୟକ ସମ୍ପୃକ୍ତି ଥିଲା।  କିନ୍ତୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲେ। ଯେଉଁଠି ପ୍ରତିବାଦ ହେଉଥିଲା ସେଠି କୋଳରେ ବସାଇ ସଭା କରିଥିଲେ ମୁଖ୍ୟମନ୍ତ୍ରୀ।  ସେତେବେଳେ ଯେଉଁମାନେ ତୁଣ୍ଡି ମାରି ବସିଥିଲେ ଆଜି ସେମାନେ ଆଇନ୍ ଶୃଙ୍ଖଳା ପାଠ ପଢା ଉଛନ୍ତି। ଯାହାକି ହାସ୍ୟାସ୍ପଦ ବୋଲି କହିଛନ୍ତି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *