ମୁଁ ଜିଲ୍ଲା ସଭାପତି ଥିବା ସମୟରେ ଏହା ହୋଇନାହିଁ : ପ୍ରଶାନ୍ତ ମୁଦୁଲି

Spread the love

ଭୁବନେଶ୍ୱର : ସମ୍ବିତ ରାଉତରାୟଙ୍କ ଅଭିଯୋଗର ଜବାବ ରଖିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ତଥା ଜଗତସିଂହପୁର ବିଜେଡିର ପୂର୍ବତନ ଜିଲ୍ଲା ସଭାପତି ପ୍ରଶାନ୍ତ ମୁଦୁଲି । ସେ କହିଛନ୍ତି ଜିଲ୍ଲା ସଭାପତି ମୁଁ ନାହିଁ । ମୁଁ ଜିଲ୍ଲା ସଭାପତି ଥିବା ସମୟରେ ଏହା ହୋଇନାହିଁ । କିଏ କଣ ହେବ ବା ପଦବୀ ପାଇବ ତାହା ଦଳୀୟ ନିଷ୍ପତ୍ତିରେ ହୁଏ । ମୁଁ ସେ ବିଷୟରେ କିଛି କହିବି ନାହିଁ ବୋଲି ପ୍ରଶାନ୍ତ କହିଛନ୍ତି । ଯିଏ ମୋ ନାଁ ନେଇଛି ତାକୁ ପଚାର ସେ କାହିଁକି ମୋ ନାଁ ନେଉଛି । ସେ ହିଁ ତାର କ୍ଳାରିଫାଏ କରିବ ବୋଲି କହିଛନ୍ତି ପ୍ରଶାନ୍ତ ।

ସୂଚନାଯୋଗ୍ୟ ଯେ ଗ୍ୟାଙ୍ଗଷ୍ଟର ଟିଟୋର ସହଯୋଗୀ ଜ୍ୟୋତିକାନ୍ତ ପରିଡ଼ା ଓରଫ ବାପୁ କୁ ଜଗତସିଂହପୁର ଜିଲ୍ଲା ବିଜେଡି ଉପସଭାପତି ଦାୟିତ୍ୱ ମିଳିବା ମାମଲାରେ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ପ୍ରଶାନ୍ତ ମୁଦୁଲିଙ୍କ ନାଁରେ ଅଭିଯୋଗ ଆଣିଥିଲେ ।

Leave a Reply

Your email address will not be published. Required fields are marked *