ସୀମା ପୁନଃନିର୍ଦ୍ଧାରଣ ୨୦୨୬ ପରେ ଆସନ୍ତା ଲୋକସଭା ନିର୍ବାଚନ ବେଳକୁ ସିଟ୍ ସଂଖ୍ୟା ବଢି ୮୪୬ ହୋଇଥିବ। ତେବେ ଡିଲିମିଟେସନ ନେଇ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ ଦାବି କରିଛନ୍ତି ଯେ, ଯଦି ଜନସଂଖ୍ୟା ଜନଗଣନା ଆଧାର ଉପରେ ସୀମା ପୁନଃନିର୍ଦ୍ଧାରଣ ହେବ। ତା ହେଲେ ତାମିଲନାଡ଼ୁ ୮ଟି ଲୋକସଭା ଆସନ ହରାଇବ। ଆଉ ଷ୍ଟାଲିନଙ୍କ ଏଭଳି ଆଶଙ୍କାକୁ ଅମୂଳକ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ତାମିଲନାଡ଼ୁ ଗୋଟିଏ ବି ଲୋକସଭା ସିଟ୍ ହରାଇବନି। ଏହାରି ଭିତରେ କେନ୍ଦ୍ରମନ୍ତ୍ରୀ ରାମମୋହନ ନାଇଡ଼ୁ ବି ବଡ଼ ବୟାନ ଦେଇଛନ୍ତି। ରାଜ୍ୟର ସୀମା ପୁନଃନିର୍ଦ୍ଧାରଣ ପରେ କୌଣସି ରାଜ୍ୟ ପ୍ରତି ଯେଭଳି ଅନ୍ୟାୟ ନ ହୁଏ, ସେଥିଲାଗି ଦୃଷ୍ଟି ଦେବା ଜରୁରୀ। ତାଙ୍କ ଦଳ ବି ଏ ସନ୍ଦର୍ଭରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଦେଇଛି। ନୀତି ଆୟୋଗଙ୍କ ସହ ସେ କଥା ହେବେ। ଷ୍ଟାଲିନ୍ ଆଶଙ୍କା କରୁଛନ୍ତି ଯେ, ୨୦୨୬ ଜନଗଣନା ଆଧାରରେ ସଂସଦୀୟ କ୍ଷେତ୍ରର ସୀମା ନିର୍ଧାରଣ ବିପଜ୍ଜନକ। କାରଣ ତାମିଲନାଡ଼ୁ ଭଳି ଦକ୍ଷିଣ ରାଜ୍ୟଗୁଡ଼ିକ ଜନସଂଖ୍ୟା ବୃଦ୍ଧିକୁ ନୟନ୍ତ୍ରଣ କରିବାରେ ଭଲ କାମ କରିଛନ୍ତି। କିନ୍ତୁ ଏହି କାରଣରୁ ଯଦି ସଂସଦରେ ତାଙ୍କର ତାକତ କମ୍ ହୋଇଯିବ। ଆଉ ତାଙ୍କର ସ୍ୱରକୁ ଚାପିବାକୁ ପ୍ରୟାସ ହେବ। ତାହେଲେ ପ୍ରତିବାଦ କରାଯିବ। ସେପଟେ ୟୁପି, ବିହାର ଭଳି ରାଜ୍ୟ ଯେଉଁଠି ଜନସଂଖ୍ୟା ଅଧିକ, ସେମାନେ ଅଧିକ ଆସନ ପାଇବେ ବୋଲି ଚର୍ଚ୍ଚା ହେଉଛି। ୧୯୭୭ରୁ ଲୋକସଭା ଆସନ ସଂଖ୍ୟା ଅପରିବର୍ତ୍ତିତ ରହିଛି। ତେବେ ୨୦୨୬ ଜନଗଣନା ଓ ସଂସଦରେ ମହିଳା ସଂରକ୍ଷଣ ବିଲ୍ ପାରିତ ପରେ ଲୋକସଭା ଆସନ ସଂଖ୍ୟା ୫୪୩ରୁ ବଢି ୭୫୩ ହେବ ବୋଲି ଆକଳନ ହୋଇଛି। ୟୁପିରେ ଏମିତି ସର୍ବାଧିକ ଲୋକସଭା ସିଟ୍ ଅଛି। ଡିଲିମିଟେସନ ପରେ ଅଧିକ ଆସନ ପାଇବ ୟୁପି। ୧୨୮ ଆସନକୁ ବଢିପାରେ। କର୍ଣ୍ଣାଟକର ଲୋକସଭା ଆସନ ୨୮ରୁ ବଢ଼ି ୩୬, ତେଲେଙ୍ଗାନା ୧୭ରୁ ୨୦, ଆନ୍ଧ୍ର ୨୫ରୁ ୨୮, ତାମିଲନାଡ଼ୁ ୩୯ୁ ୨୧କୁ ବଢ଼ିପାରେ। କେରଳ ୨୦ରୁ ୧୯କୁ ଖସିପାରେ। ବିହାର ୪୦ରୁ ୭୦, ମଧ୍ୟପ୍ରଦେଶ ୨୯ରୁ ୪୭, ମହାରାଷ୍ଟ୍ରରେ ୪୮ରୁ ୬୮ ଓ ରାଜସ୍ଥାନରେ ଆସନ ସଂଖ୍ୟା ୨୫ର ବଢ଼ି ୪୪ ହୋଇପାରେ। ଓଡ଼ିଶାରେ ୨୧ରୁ ବଢି ୨୮ ହେବ। ଝାଡ଼ଖଣ୍ଡରେ ୧୪ରୁ ୨୪, ପଞ୍ଜାବରେ ୧୩ରୁ ୧୮ ହେବ। ଗୋଆ, ସିକିମ, ତ୍ରିପୁରା, ମଣିପୁର, ମେଘାଳୟ, ଅରୁଣାଚଳପ୍ରଦେଶ, ମିଜୋରାମ, ନାଗାଲାଣ୍ଡ ଓ ହିମାଚଳପ୍ରଦେଶର ଆସନ ସଂଖ୍ୟା ଅପରିବର୍ତ୍ତିତ ରହିବ।

Naxatra News is now on Whatsapp
Join and get latest news update delivered to you via whatsapp
Join Now