କଂଗ୍ରେସ ଛାଡ଼ିବେ କି ଶଶୀ ଥରୁର୍

କାହିଁକି କଂଗ୍ରେସ ଛାଡ଼ିବେ ଶଶୀ?

କଂଗ୍ରେସ ଛାଡ଼ିବେ କି ଥରୁର୍। କଂଗ୍ରେସରେ ଅଣଦେଖାର ଶୀକାର ହେଉଛନ୍ତି କି ଶଶୀ। ଥିରୁବନନ୍ତପୁରମର ସାଂସଦ ଶଶୀ ଥରୁର୍ ଦଳ ଛାଡ଼ିବାକୁ ଇଙ୍ଗିତ ବି ଦେଇସାରିଲେଣି। ଯଦି ଦଳ ତାଙ୍କର ଆବଶ୍ୟକତା ମନେ କରୁନି। ତା ହେଲେ ତାଙ୍କ ପାଖରେ ବି ବହୁ ବିକଳ୍ପ ଅଛିବୋଲି ରୋକଠୋକ୍ କହିଛନ୍ତି ଶଶୀ। ଏପରିକି ଆସନ୍ତା ବିଧାନସଭାରେ କଂଗ୍ରେସ ଯଦି କେରଳରେ କ୍ଷମତାକୁ ଆସିବ। ତା ହେଲେ ସେ ହିଁ ମୁଖ୍ୟମନ୍ତ୍ରୀ ଦୌଡ଼ରେ ରହିବେ। ଏମିତିରେ କେରଳ କଂଗ୍ରେସର ନେତୃତ୍ୱକୁ ନେଇ ସାର୍ବଜନୀକ ଭାବରେ ଅଙ୍ଗୁଳି ଉଠାଇଥିଲେ ଶଶୀ।ଶଶୀଙ୍କ ଏଭଳି ବୟାନ ଓ ଆଭିମୁଖ୍ୟକୁ ନେଇ ଅନେକ ଆକଳନ ଆରମ୍ଭ ହୋଇସାରିଛି କଂଗ୍ରେସ ମହଲରେ।ଥିରୁବନନ୍ତପୁରମରୁ ୪ଥରର ସାଂସଦ ଶଶୀ ଥରୁର୍ କହିଛନ୍ତି, ୨୦୨୬ କେରଳରେ ବିଧାନସଭା ନିର୍ବାଚନ ହେବ। ଅନେକ ସର୍ଭେ ସଂଗଠନ ସ୍ପଷ୍ଟ କରିଛି ଯେ, କେରଳ କଂଗ୍ରେସର ମଙ୍ଗ ଧରିବାକୁ ସେ ଅନ୍ୟମାନଙ୍କ ତୁଳନାରେ ଦକ୍ଷତା ଦୃଷ୍ଟିରୁ ଯଥେଷ୍ଟ ଆଗରେ ଅଛନ୍ତି। ସୋନିଆ, ମନମୋହନ ଓ କେରଳ କଂଗ୍ରେସ ନେତା ରମେଶ ଚେନ୍ନିଥଲାଙ୍କ ସହ ଅନେକ ବରିଷ୍ଠ ନେତାଙ୍କ କହିବା ଅନୁସାରେ ହିଁ ସେ ସଂଯୁକ୍ତରାଷ୍ଟ୍ର ସଂଘରେ ନିଜର କାର୍ଯ୍ୟକାଳ ପୁରା କରି ଆମେରିକାରେ ଆରାମଦାୟକ ଜୀବନ ଛାଡ଼ି ରାଜନୀତିକୁ ଆସିଥିଲେ।କେରଳ କଂଗ୍ରେସରେ ନେତୃତ୍ୱର ଅଭାବ ରହିଛି। ଏପରିକି କଂଗ୍ରେସର ସହଯୋଗୀ ଦଳ ୟୁଡିଏଫ୍ ବି ଏହା କହୁଛି ବୋଲି କହିଛନ୍ତି ଶଶୀ। ଏମିତିରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନେକ ଥର ପ୍ରଶଂସା ହେଉ ଅବା ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼େଗଙ୍କ ବିରୁଦ୍ଧରେ ନିର୍ବାଚନ ଲଢିବା ନେଇ ଅବଶୋଷ। ଶଶୀଙ୍କ ଏଭଳି ମନ୍ତବ୍ୟ କେରଳ କଂଗ୍ରେସର ଆଭ୍ୟନ୍ତରୀଣ କନ୍ଦଳକୁ ପଦାରେ ପକାଇଛି। ତେବେ କେରଳର ରାଜନୀତି ସମୀକରଣ ଉପରେ ନଜର ପକାଇଲେ, କଂଗ୍ରେସକୁ ସଂଖ୍ୟାଲଘୁଙ୍କ ଭୋଟ ତ ମିଳେ। କିନ୍ତୁ ତା ସହ ହିନ୍ଦୁଙ୍କ ସମର୍ଥନ ବି ବାମପନ୍ଥୀ ଦଳ ତୁଳନାରେ କଂଗ୍ରେସକୁ ଅଧିକ ମିଳେ। କେରଳରେ କ୍ଷମତାସୀନ ବାମପଂଥୀ ଦଳ ସବୁବେଳେ ସିଏଏକୁ ନେଇ କଂଗ୍ରେସର ସ୍ପଷ୍ଟ ଆଭିମୁଖ୍ୟକୁ ନେଇ ଅଙ୍ଗୁଳି ଉଠାଇ ଆସୁଛି।ସିଏଏକୁ ନେଇ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ୍ କରିଥିଲେ। ରାହୁଲ ଗାନ୍ଧୀ ନିଜର ନ୍ୟାୟ ଯାତ୍ରା ବେଳେ କେବେ ବି ସିଏଏ ଆଇନକୁ ବିରୋଧ କରିନାହାନ୍ତି ବୋଲି କହିଛନ୍ତି।କେରଳରେ ବିଜେପି ପାଇଁ ସଙ୍କଟ ହେଉଛି ଯେ, ହିନ୍ଦୁ ଭୋଟ୍ କଂଗ୍ରେସ ସହ ଅଛି। ସେଥିଲାଗି କେରଳରେ ବିଜେପିକୁ ଏକ ମଝଭୁତ୍ ହିନ୍ଦୁ ଚେହେରା ଜରୁରୀ। ଆଉ ଶଶୀ ଥରୁରଙ୍କ ଭଳି ନେତା ବିଜେପିକୁ ଗଲେ, ହିନ୍ଦୁ ଭୋଟ୍ ବିଜେପିକୁ ଢଳିପାରନ୍ତି ବୋଲି ଆକଳନ କରାଯାଉଛି।ଆଉ ଏକ ରଣନୀତିକୁ ନେଇ ବିଶ୍ଳେଷଣ ହେଉଛି ଯେ,କଂଗ୍ରେସରୁ ଆମଦାନୀ ନେତାଙ୍କୁ ବିଜେପି ଏଣିକି ଗୁରୁତ୍ୱ ଦେଉଛି। ହିମନ୍ତ ବିଶ୍ୱଶର୍ମା, ଜ୍ୟୋତିରାଦିତ୍ୟ ସିନ୍ଧିଆ, ରବନୀତ ସିଂ ବିଟ୍ଟୁଙ୍କ ଭଳି ଅନେକ ନେତା କଂଗ୍ରେସରୁ ଆସି ବିଜେପିର ବଡ଼ ଚେହେରା ସାଜିସାରିଲେଣି। ସଂସଦର ବଜେଟ୍ ଅଧିବେଶନରେ ତ ମୋଦି ଓ ଥରୁର୍ ପରସ୍ପରକୁ ପ୍ରଶଂସା କରିଥିଲେ। ଟ୍ରମ୍ପ ଓ ମୋଦିଙ୍କ ଭେଟଘାଟକୁ ନେଇ କଂଗ୍ରେସ ଅନେକ ପ୍ରଶ୍ନ ଉଠାଇଥିବା ସମୟରେ ଶଶୀ ଏହି ଭେଟଘାଟକୁ ନେଇ ମୋଦିଙ୍କ ବହୁ ପ୍ରଶଂସା କରିଥିଲେ। ୨୦୦୯ରୁ କଂଗ୍ରେସର ସାଂସଦ ଅଛନ୍ତି ଶଶୀ। ଉପା-୨ ସରକାରରେ ବିଦେଶ ଓ ମାନବସମ୍ୱଳ ମନ୍ତ୍ରୀ ଥିଲେ। ଶଶୀଙ୍କୁ ଏଆଇପିସି ବା ଅଲଇଣ୍ଡିଆ ପ୍ରଫେସନାଲ କଂଗ୍ରେସର ପ୍ରଭାରୀ ପଦରୁ ହଟାଇଦିଆଯାଇଛି। ଯେବେ କି ଏ ସଂଗଠନ ନିଜେ ଶଶୀ ତିଆରି କରିଥିଲେ। ଗାନ୍ଧୀ ପରିବାରର ନିଷ୍ପତ୍ତି ବିରୁଦ୍ଧରେ ଯାଇ ଖଡ଼ଗେଙ୍କ ବିରୁଦ୍ଧରେ ଏଆଇସିସି ସଭାପତି ପଦ ଲାଗି ଲଢ଼ିବା ବି ମହଙ୍ଗା ପଡ଼ିଛି। ଏ ସବୁ ଚର୍ଚ୍ଚାକୁ ଦେଖିଲେ, ଶଶୀ କଂଗ୍ରେସର ହାତ ଛାଡ଼ିବାର ଆଶଙ୍କା ତେଜ୍ ହୋଇଛି।

ପ୍ରଦୀପ ନାୟକଙ୍କ ରିପୋର୍ଟ, ନକ୍ଷତ୍ର ନ୍ୟୁଜ୍..।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *