ରାଷ୍ଟ୍ରପତିଙ୍କୁ ଭେଟିଲେ ବିଭିନ୍ନ ରାଜନୈତିକ ଦଳର ସାଂସଦଙ୍କ ଏକ ପ୍ରତିନିଧୀ ଦଳ

Spread the love

ନୂଆଦିଲ୍ଲୀ : ବିଭିନ୍ନ ରାଜନୈତିକ ଦଳର 31 ଜଣ ସାଂସଦଙ୍କ ଏକ ପ୍ରତିନିଧୀ ଦଳ ମଙ୍ଗଳବାର ଦିନ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି । ମଣିପୁର ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ପାଇଁ ପ୍ରତିନିଧି ଦଳ ଦାବି କରିଥିଲେ ।

ରାଷ୍ଟ୍ରପତିଙ୍କୁ ଭେଟିଥିବା ବ୍ୟକ୍ତିଙ୍କ ମଧ୍ୟରେ କଂଗ୍ରେସ ସଭାପତି ତଥା ରାଜ୍ୟସଭା ସଦସ୍ୟ ମଲ୍ଲିକାର୍ଜୁନ ଖଡଗେ, ଏନସିପି ମୁଖ୍ୟ ଶରଦ ପାୱାର, ଜାତୀୟ ସମ୍ମିଳନୀ ସଭାପତି ଫାରୁକ ଅବଦୁଲ୍ଲା, ଡିଏମକେ ନେତା କନିମୋଝି ଏବଂ ଆମ୍ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂ ମଧ୍ୟ ଅଛନ୍ତି । ଏହି ସମୟରେ ପ୍ରତିନିଧି ଦଳ ରାଷ୍ଟ୍ରପତି ମୁର୍ମୁଙ୍କୁ ଏକ ସ୍ମାରକପତ୍ର ମଧ୍ୟ ଦାଖଲ କରିଥିଲେ ।

Leave a Reply

Your email address will not be published. Required fields are marked *