ପଶ୍ଚିମ ବଙ୍ଗରେ ନିର୍ବାଚନୀ ହିଂସା ପୀଡିତଙ୍କୁ ଭେଟିଲେ ଅପରାଜିତାଙ୍କ ସମେତ ପାଞ୍ଚ ଜଣିଆ ବିଜେପି ମହିଳା ସାଂସଦଙ୍କ ଦଳ

Spread the love

ଭୁବନେଶ୍ୱର : ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସମେତ ବିଜେପିର ପାଞ୍ଚ ଜଣିଆ ମହିଳା ସାଂସଦଙ୍କ ପ୍ରତିନିଧି ଦଳ ପଶ୍ଚିମ ବଙ୍ଗର କୋଲକାତା ଓ ଏହାର ଆଖ ପାଖ ଅଞ୍ଚଳରେ ନିର୍ବାଚନୀ ହିଂସାରେ ପ୍ରଭାବିତ ଲୋକ ମାନଙ୍କୁ ସାକ୍ଷାତ କରିଛନ୍ତି । ଗତ ପଞ୍ଚାୟତ ନିର୍ବାଚନରେ ତୃଣମୂଳ କଂଗ୍ରେସର କର୍ମୀ ମାନଙ୍କ ହିଂସା ଦ୍ୱାରା ଏହି ଅଞ୍ଚଳ ଲୋକ ମାନେ ଭୟଭୀତ ଅଛନ୍ତି ।

ଉଲ୍ଲେଖନୀୟ ଯେ, ପଶ୍ଚିମବଙ୍ଗରେ ଗତ ପଞ୍ଚାୟତ ନିର୍ବାଚନରେ ମହିଳା ମାନଙ୍କ ଉପରେ ହୋଇଥିବା ଅତ୍ୟାଚାର ଓ ହିଂସାର ଜାଞ୍ଚ କରିବାକୁ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ପକ୍ଷରୁ ସୋମବାର ଦିନ ଏକ କମିଟି ଗଠନ କରାଯାଇଥିଲା । ବିଜେପିର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏହି କମିଟି ଗଠିତ କରାଯିବା ନେଇ ଘୋଷଣା କରିଥିଲେ । ସାଂସଦ ସରୋଜ ପାଣ୍ଡେଙ୍କୁ ଏହି କମିଟିର ସଂଯୋଜକ ନିଯୁକ୍ତ କରାଯାଇଥିବା ବେଳେ ଭୁବନେଶ୍ୱର ସାଂସଦ ତଥା ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡଙ୍ଗୀ ଏହି କମିଟିର ସଦସ୍ୟ ଭାବେ ସ୍ଥାନ ପାଇଛନ୍ତି । ତାଙ୍କ ସହ ଏହି କମିଟିରେ ମହିଳା ସାଂସଦ ରମା ଦେବୀ, କବିତା ପାଟିଦାର, ଓ ସଂଧ୍ୟା ରାୟ ମଧ୍ୟ ସାମିଲ ଥିଲେ । ଏହି କମିଟି ଶୀଘ୍ର ହିଂସା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସହ ଏହାର ରିପୋର୍ଟ ବିଜେପିର ରାଷ୍ଟ୍ରୀୟ ସଭାପତିଙ୍କୁ ପ୍ରଦାନ କରିବ ବୋଲି କୁହା ଯାଇଥିଲା ।

Leave a Reply

Your email address will not be published. Required fields are marked *