ବୁଡି ଅଞ୍ଚଳରେ ପ୍ରଶାସନ ମାନବ ଅଧିକାର ଉଲ୍ଲଂଘନ ନକରୁ :ନରସିଂହ

Spread the love

ବଲାଙ୍ଗିର : ବଲାଙ୍ଗିରର ଜୀବନ ରେଖା କୁହା ଯାଉଥିବା ଲୋୟର ସୁକତେଲ ଜଳ ସେଚନ ପ୍ରକଳ୍ପ ଅନେକ ସପକ୍ଷବାଦୀ ଓ ବିପକ୍ଷବାଦୀ ଆନ୍ଦୋଳନ ଘଟି ଯାଇଛି । ଏଥିପାଇଁ ବିଭିନ୍ନ ଲୋକଙ୍କୁ ବିଭିନ୍ନ ପ୍ରକାର ତ୍ୟାଗ କରିବାକୁ ପଡିଛି । କିଏ ଭୀଟାମାଟି ଛାଡିଛି ତ କିଏ ପ୍ରକଳ୍ପ କୁ ସମର୍ଥନ କରି ଅତିତରେ ଜନ ସମର୍ଥନ ହରେଇଛି । ସରକାରଙ୍କ ସହ ଲଢେଇ କରି ଗାଁ ଗଣ୍ଡାରେ ଲୋକମାନଙ୍କୁ ବୁଝେଇ ବିଶେଷ କରି ପ୍ରକଳ୍ପ ବିପକ୍ଷରେ ଥିବା ଗଡଶଙ୍କର ଡୁଙ୍ଗୁରିପାଲି ଓ ଖୂଣ୍ଡପାଲି ଲୋକେ ଯେତେବେଳ ଲୋକେ ପ୍ରକଳ୍ପ ସପକ୍ଷରେ ବିସ୍ଥାପିତ ହୋଇବାକୁ ରାଜି ହୋଇଛନ୍ତି ସେତିକି ବେଳେ ପ୍ରଶାସନ ମଧ୍ୟ ସେମାନଙ୍କ ପ୍ରତି ଉଦାର ହେବା ଦରକାର । ବିସ୍ଥାପିତ ହେବା ପାଇଁ ରାଜି ହୋଇଥିବା ଲୋକଙ୍କୁ ଜୋର ଜବରଦସ୍ତ ସେଟାରୁ ହଟେବଇା ପାଇଁ ସେମାନଙ୍କୁ ତାଙ୍କର ମୌଳିକ ଅଧିକାରରୁ ବଞ୍ଚିତ ନକରିବା ଦରକାର । ଏପରି ହେଲେ ଏହା ପ୍ରଶାସନ ଦ୍ୱାରା ମାନବ ଅଧିକାରର ଖୋଲାଖୋଲି ଉଲ୍ଲଂଘନ ହେଉଛି ବୋଲି ଧାରାଯିବ ବୋଲି ଅ।।ଜି ବୁଡି ଅଂଚଳ ଗଡଶଙ୍କର ଡୁଙ୍ଗୁରିପାଲି, ଖୁଣ୍ଟପାଲି ଅଞ୍ଚଳରୁ ଲୋକଙ୍କୁ ଜବରଦସ୍ତ ଉଠାଇବା ପାଇଁ ପ୍ରଶାସନ ପକ୍ଷରୁ ବିଜୁଳି ଓ ପାଣୀ ସଂଯୋଗ କାଟି ଦେଇଥିବା ପରିପେକ୍ଷୀରେ ପ୍ରେସ ବିବୃତ୍ତି ମାଧ୍ୟମରେ କ୍ଷୋଭ ପ୍ରକାଶ କରିଛନ୍ତି । ସେଠାରେ ସଂପୁର୍ଣ୍ଣ ବିସ୍ଥାପିତ ହେବା ପାଇଁ ଲୋକେ ଅ।।ଜି ବି ତାଙ୍କର ଉପଯୁକ୍ତ ପ୍ରାପ୍ୟ ପାଇଁ ଅପେକ୍ଷା କରିଛନ୍ତି । ଏପରିକି ପ୍ରଶାସନ ଦ୍ୱାରା ତିଆରି ହୋଇଥିବା ଅସ୍ଥାୟୀ ବିସ୍ଥାପନ କୋଲୋନୀ ଲୋକେ ରହିବା  ପାଇଁ ପର୍ଯ୍ୟାପ୍ତ ତଥା ଉପଯୁକ୍ତ ନୁହେଁ ବୋଲି ଲୋକେ ଅଭୀଯୋଗ କରୁଛନ୍ତି । ତେଣୂ ସେମାନଙ୍କୁ ପ୍ରଶାସନ ଧମକ ଚମକ ଦେଇ ନିଜ ଅଞ୍ଚଳରୁ ହଟେଇବା ସ୍ପଷ୍ଟ ଭାବେ ମାନବ ଅଧିକାର ର ଉଲ୍ଲ୍ଂଘନ ହେବ । ବିଜୁଳି ଓ ପାନୀୟ ଜଳ ପାଇବା ଲୋକଙ୍କ ମୌଳିକ ଅଧିକାର । ଯେ ପର୍ଯ୍ୟନ୍ତ ସେମାନଙ୍କୁ ସଂପୁର୍ଣ୍ଣ କ୍ଷତି ପୁରଣ ପ୍ରଦାନ କରା ନଯାଇଛି ସେମାନଙ୍କୁ ତାଙ୍କର ମୌଳିକ ଅଧିକାରରୁ ବଞ୍ଚିତ କରା ନଯାଉ । ଏଦିଗରେ ପ୍ରଶାସନ ସମ୍ବେଦନଶିଳ ହେବା ସହ ଉଦାର ରୁପ ଦେଖାନ୍ତୁ ବୋଲି ମିଶ୍ର ତାଙ୍କର ପ୍ରେସ ବିବୃତ୍ତି ମାଧ୍ୟମରେ କହିଛନ୍ତି । ଏଠାରେ ସୁଚନା ଯୋଗ୍ୟ ଯେ, ଲୋୟର ସୁକତେଲ ଜଳ ସେଚନ ପ୍ରକଳ୍ପର ଭିତରକୁ ପ୍ରଥମ ବର୍ଷାଜଳ ଏବର୍ଷ ପ୍ରବେଶ କରିଥିବାରୁ ପ୍ରଶାସନ ତରଫରୁ ପରକଳ୍ପର ତଳ ମୁଣ୍ଡରେ ଥିବା ଗ୍ରାମବାସୀମାନଙ୍କୁ ନଦୀ ଭୀତରକୁ ନଯିବା ପାଇଁ ସଚେତନ କରିବା ସହ ବୁଡି ଅଞ୍ଚଳରେ ଲୋକମାନଙ୍କୁ ଯୋର ଜବରଦସ୍ତି ବିସ୍ଥାପିତ ହେବା ପାଇଁ ବାଧ୍ୟ କରାଯାଉଥିବାର ଖବର ବିଭୀନ୍ନ ଗଣମାଧ୍ୟମ ଦ୍ୱାରା ସାଧାରଣ ଜନତାମାନଙ୍କ ପକ୍ଷରୁ ଅଭିଯୋଗ ଆସୁଛି । ଯାହାକି ମାନବ ଅଧିକାରର ଉଲ୍ଲଂଘନ ବୋଲି ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *