ତାଲିବାନ୍ ପ୍ରେସମିଟରେ ମହିଳା ସାମ୍ୱାଦିକାଙ୍କ ଅନୁପସ୍ଥିତିକୁ ନେଇ ବିବାଦ ଓ ରାଜନୀତି ତେଜିଛି। ଭାରତ ଗସ୍ତରେ ଆସିଥିବା ତାଲିବାନର କାର୍ଯ୍ୟକାରୀ ବିଦେଶ ମନ୍ତ୍ରୀ ଅମିର ଖାନ ମୁତାକିଙ୍କ ପ୍ରେସମିଟରେ କୌଣସି ମହିଳା ସାମ୍ୱାଦିକଙ୍କୁ ଡକାଯାଇନଥିଲା। ବିଦେଶ ମନ୍ତ୍ରଣାଳୟର ପ୍ରେସମିଟରେ ମହିଳା ସାମ୍ୱାଦିକାଙ୍କ ଅନୁପସ୍ଥିତିକୁ ନେଇ ସୋସିଆଲ ମିଡିଆରେ ଆପତ୍ତି ଜାହିର ହୋଇଛି। କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ବି କଡ଼ା ଆପତ୍ତି ଜାହିର୍ କରିଛନ୍ତି। ଆମିର୍ ଖାନଙ୍କ ପ୍ରେସମିଟରେ ମହିଳା ସାମ୍ୱାଦିକାଙ୍କ ଅନୁପସ୍ଥିତିକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିବା ସହ ଏହି ମୁଦ୍ଦା ଉପରେ ମୋଦି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଦାବି କରିଛନ୍ତି ପ୍ରିୟଙ୍କା। ଆଫଗାନିସ୍ତାନ ବିଦେଶ ମନ୍ତ୍ରୀ ଏବେ ଭାରତ ଗସ୍ତରେ ଅଛନ୍ତି। ପ୍ରିୟଙ୍କା କହିଛନ୍ତି, ଯଦି ମହିଳାଙ୍କ ଅଧିକାରକୁ ସ୍ୱୀକୃତି କେବଳ ନିର୍ବାଚନକୁ ଦେଖାଇବା ଲାଗି ହେଉଛି। ତା ହେଲେ ଆମ ଦେଶର ମହିଳାଙ୍କୁ ନିଜର ଗର୍ବ ଓ ଗୌରବ ମାନୁଛନ୍ତି, ସେମାନଙ୍କ ଅପମାନକୁ କେମିତି ଗ୍ରହଣ କରାଯିବ। ମୁତାକି ଶୁକ୍ରବାର ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କରଙ୍କ ସହ ବ୍ୟାପକ ଆଲୋଚନା କରିବା ପରେ କିଛି ଘଣ୍ଟା ପରେ ସାମ୍ୱାଦିକ ସମ୍ମିଳନୀ କରାଯାଇଥିଲା। ବହୁ ବରିଷ୍ଠ ମହିଳା ସାମ୍ୱାଦିକା ବି ଏଭଳି ଅପମାନକୁ ବରଦାସ୍ତ କରିପାରିନାହାନ୍ତି। ଟିଏମସି ସାଂସଦ ମହୁଆ ମୈତ୍ର ବି ତାଲିବାନ୍ ପ୍ରେସମିଟରେ ମହିଳା ସାମ୍ୱାଦିକାଙ୍କ ଏଭଳି ଅନୁପସ୍ଥିତି ଓ ଅପମାନକୁ କଡ଼ା ନିନ୍ଦା କରିଛନ୍ତି। ସରକାରଙ୍କ ଏଭଳି ଆଭିମୁଖ୍ୟ ପ୍ରତି ମହିଳାଙ୍କୁ ଅପମାନ। ତାଲିବାନ୍ ମନ୍ତ୍ରୀଙ୍କ ପ୍ରେସମିଟରେ ମହିଳା ସାମ୍ୱାଦିକାଙ୍କୁ ନିମନ୍ତ୍ରଣ କରାନଯିବା ପଛରେ କେଉଁ ଚାପ ରହିଛି ବୋଲି ପଚାରିଛନ୍ତି ମହୁଆ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ୱରମ ଏହି ଘଟଣାରେ ଉଦବେଗ ଜାହିର କରିଛନ୍ତି। ଯଦି କୌଣସି ମହିଳା ସାମ୍ୱାଦିକାଙ୍କୁ ଡକାଗଲାନି, ସେମାନଙ୍କୁ ପରୋକ୍ଷରେ ଅପମାନ ଦିଆଗଲା। ତାହେଲେ ପୁରୁଷ ସାମ୍ୱାଦିକ ପ୍ରେସମିଟକୁ ବୟକଟ୍ କରି ଚାଲିଯିବାର ଥିଲା। ବିଦେଶ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ, ଏମିତିରେ ପ୍ରେସମିଟରେ ଭାରତର କୌଣସି ଭୂମିକା ନାହିଁ। ଏମିତି କୌଣସି ଉଦେଶ୍ୟ ନାହିଁ। ସିଲେକ୍ଟିଭ ସାମ୍ୱାଦିକଙ୍କୁ ଡାକିଥିଲେ ମୁମ୍ୱାଇରେ ଥିବା ଆଫଗାନିସ୍ତାନ କନସଲ ଜେନେରାଲ। ଆଫଗାନିସ୍ତାନ ଦୂତାବାସ ପରିସର ଭାରତ ସରକାରଙ୍କ ଅଧୀନରେ ଆସୁନି। କାରଣ ପ୍ରେସମିଟରେ ଆଫଗାନିସ୍ତାନ ମହିଳାଙ୍କ ଅବସ୍ଥା ବାବଦରେ ସାମ୍ୱାଦିକ ପ୍ରଶ୍ନ ପଚାରିବାରୁ ଏହାକୁ ଏଡ଼ାଇ ଯାଇଥିଲେ ମୁତାକି। ସିଧା ଉତ୍ତର ନ ଦେଇ ମୁତାକି କହିଥିଲେ, ପ୍ରତି ଦେଶର ନିଜର ବ୍ୟବସ୍ଥା, ଆଇନ ଓ ନୀତି ରହିଛି। ମୁତାକି କହିଥିଲେ, ଆଫଗାନିସ୍ତାନର ସ୍ଥିତି ଉନ୍ନତି ହେବାରେ ଲାଗିଛି। ଅଗଷ୍ଟ ୨୦୨୧ରୁ ତାଲିବାନ୍ ଯେବେଠୁ ଶାସନ ଡୋରି ଧରିଲାଣି। ତାଲିବାନ୍ ଶାସନ କଲା ପୂର୍ବରୁ ନିଇତି ୨ଶହରୁ ୪ଶହ ଲୋକ ମରୁଥିଲେ। ଗଲା ୪ ବର୍ଷ ଭିତରେ କୌଣସି କ୍ଷୟକ୍ଷତି ହୋଇନି। ଯିଏ ପ୍ରୋପାଗାଣ୍ଡା କରି ଭୁଲ୍ କରୁଛି, ସେମାନେ ତାଲିବାନରେ ମହିଳା ଅସୁରକ୍ଷିତ ବୋଲି ପ୍ରଚାର କରୁଛନ୍ତି। ଜୟଶଙ୍କର କହିଥିଲେ, ଆଫଗାନିସ୍ତାନର ସ୍ୱାଧୀନତା, ସାର୍ବଭୌମତ୍ୱ ଓ ସୀମା ମର୍ଯାଦା ରଖିବାକୁ ଭାରତ ସମର୍ପିତ। ବିକାଶ ପାଇଁ ଭାରତ ଆଫଗାନିସ୍ତାନର ସମାନ ପ୍ରତିବଦ୍ଧ ରହିଛି। କାରଣ ଉଭୟ ଭାରତ ଓ ଆଫଗାନିସ୍ତାନ ସୀମା ପାର୍ ଆତଙ୍କବାଦ ଦ୍ୱାରା ନିରନ୍ତର ଧମକ ପାଇଆସୁଛି। ଏମିତିରେ ତାଲିବାନ ସରକାର କାବୁଲରେ ନିନ୍ଦା ସହୁଛି। ଏପରିକି ଜାତିସଂଘ ବି ନିନ୍ଦା କରୁଛି ତାଲିବାନକୁ। କାରଣ ତାଲିବାନ ସରକାର ମହିଳାଙ୍କ ଅଧିକାର, ଶିକ୍ଷା ଓ ସାର୍ବଜନୀକ ଜୀବନରେ ଅଂଶୀଦାରକୁ ନିୟନ୍ତ୍ରଣ ଓ ପ୍ରତିବନ୍ଧକ ଲଗାଇ ଆସୁଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now