ରେଳ ସୁରକ୍ଷା କମିଶନରଙ୍କ ରିପୋର୍ଟ ପରେ ରେଳମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ

Spread the love

ଭୁବନେଶ୍ୱର : ଦକ୍ଷିଣପୂର୍ବ ରେଳବାଇର ରେଳ ସୁରକ୍ଷା କମିଶନର ଏ.ଏମ୍. ଚୌଧୁରୀ ଦେଇଥିବା ଚାଞ୍ଚଲ୍ୟକର ରିପୋର୍ଟ ବାହାନଗା ରେଳ ଦୁର୍ଘଟଣା ପାଇଁ ରେଳ ବିଭାଗର ଉଦାସୀନତା, ରେଲୱେ ସିଗ୍ନାଲକୁ ଆଧୁନିକକରଣ କରିବାରେ ଅବହେଳା ଏବଂ ସର୍ବୋପରି ଷ୍ଟେସନ୍ ମାଷ୍ଟର ଓ ଟେଲିକମୁନିକେସନ୍ ଓ ସିଗନାଲ୍ ବିଭାଗର ସମନ୍ୱୟର ଅଭାବ ଯୋଗୁଁ ବାହାନଗର ମର୍ମନ୍ତୁଦ ରେଳ ଦୁର୍ଘଟଣା ସଂଗଠିତ ହେଲା ବୋଲି ଏଥିରୁ ଜଣାପଡ଼ିଛି । ଏହି ରିପୋର୍ଟ ଆସିବା ପରେ ରେଳ ବିଭାଗର ଚରମ ନିଷ୍କ୍ରିୟତା ପଦାରେ ପଡ଼ିଯାଇଛି । ତେଣୁ ଓଡ଼ିଶାକୁ ପ୍ରତିନିଧିତ୍ୱ କରୁଥିବା ରେଳମନ୍ତ୍ରୀ ନିଜ ମୁଣ୍ଡ ଉପରକୁ ନୈତିକ ଦାୟିତ୍ୱ ନେଇ ଇସ୍ତଫା ଦେବାକୁ ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ଦାବି କରିଛନ୍ତି । ସେ ପ୍ରକାଶ କରିଛନ୍ତି ଯେ, ପୂର୍ବରୁ ୨୦୨୨ ମସିହା ମଇ ମାସ ୧୬ ତାରିଖରେ ପଶ୍ଚିମବଙ୍ଗର ଖଡଗପୁର ରେଳ ଡିଭିଜନ ଅନ୍ତର୍ଗତ ବାଙ୍କ୍ରାନୟାବାଜ୍ ରେଳ ଷ୍ଟେସନରେ ୱେୟାରିଂରେ ଭୁଲ୍ ଏବଂ କେବୁଲ୍ ର ଦୋଷତ୍ରୁଟି ଯୋଗୁଁ ଏହିଭଳି ଏକ ଦୁର୍ଘଟଣା ଘଟିଥିଲା । କିନ୍ତୁ ତା’ସତ୍ୱେ ଦକ୍ଷିଣ ପୂର୍ବ ରେଳବାଇ କର୍ତୃପକ୍ଷ ତାଙ୍କ ଅଧିନରେ ଥିବା ଷ୍ଟେସନ୍ ମାନଙ୍କରେ ସିଗ୍ନାଲ୍ କେବୁଲ୍ ର ଅତ୍ୟାଧୁନିକୀକରଣ କଲେନାହିଁ । ତେଣୁ ରେଳ ବିଭାଗର ଚରମ ଅବହେଳା ଓ ଉଦାସୀନତା ଯୋଗୁଁ ବାହାନଗା ରେଳ ଦୁର୍ଘଟଣା ଘଟିଲା । ଏହି ଦୃଷ୍ଟିରୁ ରେଳମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବା ସଂଗେ ସଂଗେ ବିଗତ ତିନି ଦଶନ୍ଧିରେ ସଙ୍ଗଠିତ ହୋଇଥିବା ବାହାନଗା ରେଳ ଦୁର୍ଘଟଣା ପାଇଁ ଦେଶବାସୀଙ୍କୁ କ୍ଷମା ମାଗିବାକୁ ବେହେରା ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *