ଅମିତ ଶାହାଙ୍କ ଆମ୍ୱେଦକର ମନ୍ତବ୍ୟକୁ ନେଇ ଥମୁନି ଝଡ଼। ଆମ୍ୱେଦକରଙ୍କ ନାଁ ନେବା କଂଗ୍ରେସ ଦଳ ପାଇଁ ଏକ ଫେସନରେ ପରିଣତ ହୋଇଯାଇଛି ବୋଲି ରାଜ୍ୟସଭାରେ ଶାହାଙ୍କ ମନ୍ତବ୍ୟକୁ ଗଣ୍ଠି କରିଛନ୍ତି ବିରୋଧୀ। ଆମ୍ୱେଦକରଙ୍କ ବଦଳରେ ଭଗବାନଙ୍କ ନାଁ ଏତେଥର ନେଇଥିଲେ ସାତଜନ୍ମ ପାଇଁ ସ୍ୱର୍ଗରେ ସ୍ଥାନ ପାଇଯାଆନ୍ତେ। ସମ୍ୱିଧାନର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହାର ଗୌରବମୟ ଯାତ୍ରାରେ ବିତର୍କରେ ଏଭଳି ଶାହା କହିଥିଲେ। ଶାହାଙ୍କ ଏହି ମନ୍ତବ୍ୟକୁ ବିରୋଧ କରି ଇଣ୍ଡିଆ ମେଣ୍ଟ ବୁଧବାର ସଂସଦ ଭବନ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଶାହାଙ୍କ ଇସ୍ତଫା ସହ କ୍ଷମା ମାଗିବାକୁ ଦାବି କରିଥିଲେ ବିରୋଧୀ। ଶାହାଙ୍କ ମନ୍ତବ୍ୟରୁ ଜାତିଆଣ ଓ ଦଳିତବିରୋଧୀ ମାନସିକତା ପ୍ରଦର୍ଶିତ ହୋଇଛି। ଆଉ ଗୁରୁବାର ଶାହାଙ୍କ ସପକ୍ଷରେ ଏନଡିଏ ସାଂସଦ ବାହାରି ସଂସଦ ଭବନ ପରିସରରେ ହଙ୍ଗାମା କରିଛନ୍ତି ରାହୁଲ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now