୫ଟି ସଚିବଙ୍କୁ ଅପରାଜିତାଙ୍କ ଟାର୍ଗେଟ୍

Spread the love

ଭୁବନେଶ୍ୱର : ପୁଣି ଥରେ ୫ ଟି ସଚିବଙ୍କ ବିଭିନ୍ନଜିଲ୍ଲା ଗସ୍ତକୁ ଟାର୍ଗେଟ୍ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଶନିବାର ଖୋର୍ଦ୍ଧା ମଳିପଡ଼ାରେ ଜୋନ୍ ସ୍ତରରେ ଆୟୋଜିତ ଏକ ଦଳୀୟ କାର୍ଯ୍ୟକ୍ରମରେ ଶ୍ରୀମତୀ ଷଡଙ୍ଗୀ କହିଛନ୍ତିି ଯେ ମୁଖ୍ୟମନ୍ତ୍ରୀଙ୍କ ବଦଳରେ ୫ଟି ସଚିବ ସବୁଆଡ଼େ ଗସ୍ତ କରୁଛନ୍ତି, ଦେହ ଖରାପ ଅଛି ତ ଗାଦି ଛାଡ଼ ।

ସେ କହିଛନ୍ତି ଯେ, ଆମେ ଚାହୁଁଛୁ ସେ ଆହୁରି ବୁଲନ୍ତୁ । ବୁଲିଲେ ଲୋକଙ୍କ ଆକ୍ରୋଶ ଆହୁରି ବଢ଼ିବ । ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଯେଉଁଠି ଥିବେ ସେ ଦୁଃଖ କରୁଥିବେ । ସ୍ୱର୍ଗତ ବିଜୁବାବୁ ସ୍ୱାଭିମାନୀ ଲୋକ ଥିଲେ । ତାଙ୍କ ସାଥିରେ ଥିବା ଯେଉଁମାନେ ମିଶି ଏ ଦଳ ତିଆରି କରିଥିଲେ ସେମାନେ ସମସ୍ତେ ଦୁଃଖିତ, ଯାହାଙ୍କୁ ଜନତା ବାଛିଛନ୍ତି ସେମାନେ ସମସ୍ତେ ଗାୟବ, ସଚିବ ଓ ସରକାରୀ କର୍ମଚାରୀ ବୁଲି ବୁଲି ଘୋଷଣା କରୁଛନ୍ତି ।

ସେ ଆହୁରି କହିଛନ୍ତି, ଏପରି ହେବା ଦ୍ୱାରା ସାମ୍ବିଧାନିକ ପଦର ଓ ସମ୍ବିଧାନର ଅମର୍ଯ୍ୟାଦା ହେଉଛି । ରାଜ୍ୟର ମୁଖ୍ୟ ଶାସନ ସଚିବ ଗସ୍ତରେ ଗଲେ କିଛି ହୁଅନ୍ତା ନାହିଁ । ନିର୍ବାଚିତ ପ୍ରତିନିଧି କେତେ ଲଜ୍ଜିତ ହେଉଛନ୍ତି । ପୁରୁଖା ନେତା ବାହାରକୁ ଆସି ସଚିବ ସ୍ତରର ସରକାରୀ କର୍ମଚାରୀଙ୍କ ନିନ୍ଦା କରୁନାହାନ୍ତି । ସେମାନେ ସମସ୍ତେ ଦୁଃଖ ପ୍ରକାଶ କରୁଛନ୍ତି । ପ୍ରତିଦିନ ସେମାନଙ୍କୁ ଅପମାନିତ କରାଯାଉଛି । ଆଶ୍ଚର୍ଯ୍ୟର କଥା ଶୁକ୍ରବାର ରାଜ୍ୟ କାର୍ଯ୍ୟକାରିଣୀରେ ସେ ବିଜେଡିର ସଦସ୍ୟଙ୍କୁ ସମ୍ବୋଧିତ କଲେ । କିଏ ଅଧିକାର ଦେଲା? ମୁଁ କହିବି ଯଦି ହୁଳହୁଳି ଚନ୍ଦନ ଜିନ୍ଦାବାଦ ଦରକାର୍ ଆସନ୍ତୁ ସାମ୍ନାକୁ, ସରକାରୀ ଚାକିରି ଛାଡ଼ିକି ଆସନ୍ତୁ । ଅଢେଇ ଲକ୍ଷ ଟଙ୍କାର ଦରମା ଛାଡିକି ଆସନ୍ତୁ । ମୁଖ୍ୟମନ୍ତ୍ରୀ ବୁଲିବା ପାଇଁ ଅସମର୍ଥ ଯଦି ଅଛନ୍ତି । ନିଶ୍ଚିତ ଭାବରେ ରାଜ୍ୟ ଶାସନ ମୁଖ୍ୟମନ୍ତ୍ରୀଙ୍କ ନିୟନ୍ତ୍ରଣ ବାହାରେ ଅଛି ।

Leave a Reply

Your email address will not be published. Required fields are marked *