ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଆତିଶୀ ମର୍ଲେନା । ଦିଲ୍ଲୀର ଲେଫନାଣ୍ଟ ଗଭର୍ଣ୍ଣର ବିନୟ କୁମାର ସକେ୍ସନା ରାଜଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଶପଥ ପାଠ କରାଇଛନ୍ତି। ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଆତିଶୀ। ଏହାସହିତ ମନ୍ତ୍ରୀ ଭାବେ ଗୋପାଳ ରାୟ ଏବଂ ସୌରଭ ଭରଦ୍ୱାଜ ଶପଥ ନେଇଛନ୍ତି । କୈଳାଶ ଗେହଲଟ ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ସୂଚନାଯୋଗ୍ୟ, ଆପ୍ ବିଧାୟକ ଦଳ ବୈଠକ ପୂର୍ବରରୁ ୨ ଜଣ ରେସରେ ଥିଲେ । ଆତଶୀ ଏବଂ କୈଳାଶ ଗେହଲଟଙ୍କ ନାମ ଆଗରେ ରହିଥିଲା । କେଜ୍ରିୱାଲ ଗତ ଶୁକ୍ରବାର ଜେଲରୁ ବାହାରିଥିଲେ। ଏହାପରେ ରବିବାର ସେ ଦଳୀୟ କର୍ମୀଙ୍କୁ ସମ୍ବୋଧନ କରି ୪୮ ଘଣ୍ଟା ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now