ଆଜିଠୁ ଆରମ୍ଭ ହେବ ଆୟୁଷ୍ମାନ ଭାରତ ୭୦ପ୍ଲସ୍

ଆଜି ଆୟୁର୍ବେଦ ଦିବସ ଅବସରରେ ଓଡିଶା ସମେତ ବିଭିନ୍ନ ସ୍ଥାନରେ ଏକାଧିକ ସ୍ୱାସ୍ଥ୍ୟ ପ୍ରକଳ୍ପ ଓ ଭିତ୍ତିଭୂମିର ଶୁଭ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭିଡିଓ କନଫରେନ୍ସ ଜରିଆରେ ଓଡିଶାରେ ଅନେକ ସ୍ଥାନରେ ଉଦଘାଟନୀ କାର୍ଯକ୍ରମ ରହିଛି। ଖୋର୍ଦ୍ଧା ଜଟଣୀଠାରେ ୨୧ଏକର ଜମିରେ ଆୟୁର୍ବେଦ ଏବଂ ନେଚରପାଥି ହସ୍ପିଟାଲର ଉଦଘାଟନ କରିବା କାର୍ଯକ୍ରମ ରହିଛି। ଭୁବନେଶ୍ୱର ଉପକଣ୍ଠ ଗୋଠପାଟଣାରେ ସେଣ୍ଟ୍ରାଲ ଅକ୍ସ ଟେଷ୍ଟିଂ ୟୁନିଟ ଏବଂ ବରଗଡରେ କ୍ରିଟିକାଲ ହେଲଥ୍ କେୟାର ଉଦଘାଟନର ବ୍ୟବସ୍ଥା ମଧ୍ୟ ରହିଛି। ୧୮ କୋଟି ବ୍ୟୟରେ ଏହି କ୍ରିଟିକାଲ ହେଲଥ୍ କେୟାର ସେଣ୍ଟର ନିର୍ମାଣ କରାଯାଇଛି। ଏହି କ୍ୟାମ୍ପସରେ ୫୦ଟି ନୂତନ ବେଡ ସହ ୧୦ଟି ଆଇସିୟୁ ବେଡ ରହିଛି। ଯାହାଦ୍ୱାରା ସାଧାରଣ ଲୋକେ ଉପକୃତ ହେବେ ବୋଲି କୁହାଯାଉଛି।

 ତେବେ ଆୟୁଷ୍ମାନ ଭାରତର ପ୍ରଥମ ପର୍ଯ୍ୟାୟ ନୂଆଦିଲ୍ଲୀରେ ଉଦଘାଟନ କରାଯାଇଥିଲା। ଏବେ ଦ୍ୱିତୀୟ ପର୍ଯ୍ୟାୟ ଉଦଘାଟନୀ କାର୍ଯକ୍ରମ ଅନୁଷ୍ଠିତ ହେଉଛି। ୭୦ ବର୍ଷରୁ ଉର୍ଦ୍ଧ ସମସ୍ତ ଲୋକ ଏହି ଯୋଜନାର ସୁବିଧା ନେଇପାରିବେ। ଚଳିତ ବର୍ଷ ଶେଷ ସୁଦ୍ଧା ସମସ୍ତଙ୍କୁ ଏହାର ଅନ୍ତର୍ଭୁକ୍ତ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ତେବେ ପୁରୁଣା କାର୍ଡରେ ୯୫୦ ଏବଂ ନୂଆ କାର୍ଡରେ ୨୭ ହଜାର ହସ୍ପିଟାଲର ସୁବିଧା ରହିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *