ହୋଟେଲରେ ମେଳି ବାନ୍ଧିଲେ ବିଜେଡି ନେତା

ହୋଟେଲରେ ମେଳି ହେଲେ ବିଜେଡି ନେତା । ପଟିଆସ୍ଥିତ ହୋଟେଲ୍ କ୍ରିଷ୍ଟାଲ କ୍ରାଉନ୍‌ରେ ବିଜେଡିର ରୁଦ୍ଧଦ୍ୱାର ବୈଠକ ଚାଲିଛି । ଏହି ବୈଠକରେ ଅନେକ ବରିଷ୍ଠ ନେତା ସାମିଲ ହୋଇଛନ୍ତି । ପ୍ରସନ୍ନ ଆଚାର୍ଯ୍ୟ, ଭୁପିନ୍ଦର ସିଂ, ଶଶିଭୂଷଣ ବେହେରା, ଅଶୋକ ପଣ୍ଡା, ବଦ୍ରୀ ପାତ୍ର, ନୃସିଂହ ସାହୁ, ଚନ୍ଦ୍ର ସାରଥୀ ବେହେରା, ଅନଙ୍ଗ ଉଦୟ ସିଂଦେଓଙ୍କ ଭଳି ନେତାଙ୍କୁ ଏଠାରେ ଦେଖିବାକୁ ମିଳିଛି । 

ତେବେ ବୈଠକର କାରଣ କଣ ତାହା ଜଣାପଡନି । ତଥାପି  ୱାକଫ ବିଲ ସମର୍ଥନକୁ ନେଇ ଗତ କିଛି ଦିନ ହେଲା ବିଜେଡିରେ ହଲଚଲ ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ବିଜେଡି ନେତାଙ୍କ ମେଳି ଅନେକ ପ୍ରଶ୍ନ ଉଠାଇଛି । କାରଣ ୱାକଫ ବିଲ ସମର୍ଥନକୁ ନେଇ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନେଇନାହିଁ ଦଳ । 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *