ବିଜେଡି ସାଂସଦ ଓ ବିଧାୟକ ମାନେ ଅସହାୟ – ବିଜେପି

ଭୁବନେଶ୍ୱର : 5 ଟି ସଚିବ ମାମଲାରେ ବିଜେଡି ସାଂସଦ ଓ ବିଧାୟକ ମାନେ ଅସହାୟ ବୋଲି କହିଛନ୍ତି ବିଜେପି ବିଧାୟକ ମୋହନ ମାଝୀ ।

ସେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ବିଜେଡ଼ି ଓ ସରକାର ବିଷମ ସଙ୍କଟରେ ପଡିଛନ୍ତି । ସେଥିପାଇଁ ବିଭିନ୍ନ କଥା କହି ଏଡେଇ ଦେବା ପାଇଁ ଚେଷ୍ଟା କରୁଛନ୍ତି । କେନ୍ଦ୍ର ସରକାରଙ୍କ ଚିଠିକୁ ଛୋଟ ଭାବିବା ସେମାନଙ୍କ ମୂର୍ଖାମୀ । ଗୋଟିଏ ଧାଡ଼ିର ଚିଠି ଆଟମ୍ ବମ୍ ଭଳି ହେବ । ଏବଂ ସରକାର ଭାଙ୍ଗି ଯିବା ଭଳି ସ୍ଥିତି ହେବ । କେନ୍ଦ୍ର ସରକାରଙ୍କ ଚିଠି ଆଗାମୀ ଦିନରେ ବିଜେଡ଼ି ସରକାରକୁ ଭସ୍ମ କରି ଦେବ । ବିଜେଡି ସାଂସଦ ଓ ବିଧାୟକ ମାନେ ଅସହାୟ । 5ଟି ସଚିବଙ୍କ ଦାସତ୍ୱ ସ୍ୱୀକାର କରିଛନ୍ତି । ଟିକେଟ କଟିବ ବୋଲି ଭୟ କରିଛନ୍ତି । ଜେଲ ଯିବାର ମଧ୍ୟ ଭୟ ଅଛି । ତେଣୁ ସେମାନେ 5ଟି ସଚିବଙ୍କ ସେବା କରୁଛନ୍ତି । ଏବଂ ଅଗଣତାନ୍ତ୍ରିକ ପ୍ରକ୍ରିୟାକୁ ସମର୍ଥନ କରୁଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *