ଭୁବନେଶ୍ୱର ବନ୍ଦ ଡାକରାକୁ ପ୍ରତ୍ୟାହାର କଲା ବିଜେଡ଼ି। ଗତକାଲି ଭରତପୁର ଥାନା ମାମଲାରେ ୨୪ ତାରିଖରେ ଭୁବନେଶ୍ଵର ୬ଘଣ୍ଟିଆ ବନ୍ଦ ଡାକରା ଦେଇଥିଲେ ବିଜେଡ଼ିର ବରିଷ୍ଠ ନେତା ଦେବୀ ମିଶ୍ର । କିନ୍ତୁ ଆଜି ବିଜେଡ଼ି ଏହା ପ୍ରତ୍ୟାହାର କରିଛି । ଭୁବନେଶ୍ବର ଭରତପୁର ଥାନା ଅଞ୍ଚଳରେ କେତେକ ଦୁବୃର୍ତ୍ତଙ୍କ ଆକ୍ରମଣର ଶିକାର ହୋଇଥିଲେ ସେନା ମେଜର ଓ ତାଙ୍କ ବାନ୍ଧବୀ । ଦୁର୍ବୃତ୍ତଙ୍କ ବିରୋଧରେ ଅଭିଯୋଗ ନେଇ ସେମାନେ ଭରତପୁର ଥାନାକୁ ଯାଇଥିଲେ । ତେବେ ଦୁର୍ବୃତ୍ତଙ୍କୁ ଧରିବା ବଦଳରେ ଭରତପୁର ଥାନା ପୋଲିସ ଓଲଟା ଅଭିଯୋଗକାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ତେବେ ଏହି ଘଟଣାକୁ ସାରା ଦେଶରେ ନିନ୍ଦା କରାଯାଉଛି। ଘଟଣା ସାରା ଦେଶରେ ଆଲୋଡନ ସୃଷ୍ଟି କରିଛି। ଭରତପୁର ଘଟଣା ଯୋଗୁଁ ରାଜ୍ୟବାସୀ ଲଜ୍ଜିତ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛି ବିଜୁ ଜନତା ଦଳ। ଘଟଣାକୁ ଚାପି ଦେବାକୁ ପ୍ରୟାସ କରାଯାଇଥିଲା। ହାଇକୋର୍ଟଙ୍କ ହସ୍ତକ୍ଷେପ ଯୋଗୁଁ ଘଟଣା ଲୁଚି ପାରିଲାନି। ସରକାର ଦୋଷୀଙ୍କ ବିରୁଦ୍ଧରେ ବିହିତ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଦାବି କରିଛି ବିଜେଡି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now