ଅପରାଜିତାଙ୍କୁ ବିଜେଡିର ଜବାବ, ନିଜ ସଂସଦୀୟ କ୍ଷେତ୍ରର ବିକାଶ ଚାହୁଁ ନାହାନ୍ତି ଯଦି ଲେଖି ଜଣାନ୍ତୁ

Spread the love

ଭୁବନେଶ୍ୱର : ରାଜ୍ୟ ସରକାରଙ୍କୁ ନେଇ ଲଜ୍ଜା ଲାଗୁଛି ବୋଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ମନ୍ତବ୍ୟ ନେଇ ଜବାବ ରଖିଛି ବିଜେଡି । ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର ଏକ ଟ୍ୱିଟ ରେ କହିଛନ୍ତି

ଏକାମ୍ର କ୍ଷେତ୍ର ଐତିହ୍ୟ ବିକାଶ ପ୍ରକଳ୍ପ ,ପୁରୀର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଅଟକାଇବା ପାଇଁ ଯେଉଁ ପ୍ରୟାସ କରିଥିଲେ ସେଥିପାଇଁ ଲଜ୍ଜା ଅନୁଭବ କଲେ ନାହଁକି ଓଡ଼ିଶାର ଲୋକମାନଙ୍କ ନିକଟରେ କ୍ଷମା ପ୍ରାର୍ଥନା କଲେ ନାହଁ । ମହାପ୍ରଭୁଙ୍କ ଉପରେ ବିଶ୍ୱାସ କରୁଥିବା କୋଟିକୋଟି ଓଡିଶାବାସୀ ଏଥିପାଇଁ କିନ୍ତୁ ଲଜ୍ଜିତ ଅନୁଭବ କଲେ ।

ଶ୍ରୀମତୀ ମିଶ୍ର ଏକାଧିକ ଟୁଇଟ୍ ଜରିଆରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ କଡା ଜବାବ ଦେଇ କହିଛନ୍ତି ଯେ ତାଙ୍କ ଦଳର ଉପସଭାପତି ବୈଜୟନ୍ତ ପଣ୍ଡା ଗରିବ ନିରୀହ ଅନୁସୂଚିତ ଜାତିର ଲୋକଙ୍କ ଜମି ଜବରଦଖଲ କଲେ ଆପଣ ସେତେବେଳେ ମୁହଁ ଖୋଲିଲେ ନାହିଁ । ଯେତେବେଳେ ତାଙ୍କ ଦଳର ନେତା ଜୟନାରାୟଣ ମିଶ୍ର ଏବଂ ଇରାସିସ୍ ଆଚାର୍ଯ୍ୟ ମହିଳାଙ୍କୁ ଆକ୍ରମଣ କରିଲେ ସେତେବେଳେ ସେ ଲଜ୍ଜିତ ଅନୁଭବ କଲେନାହିଁ । ଯଦି ସେ ଏତେ ଲଜ୍ଜିତ ତେବେ ଲୋକମାନଙ୍କ ପାଖକୁ ଯାଆନ୍ତୁ ଏବଂ ସେମାନଙ୍କ ପାଇଁ ଅଧିକ କାମ କରନ୍ତୁ । ଯେତେବେଳେ ମୁଖ୍ୟମନ୍ତ୍ରୀ ଲୋକମାନଙ୍କ ଦୁଆରମୁହଁରେ ଶାସନକୁ ପହଂଚାଉଛନ୍ତି, ସେତେବେଳେ ସେ ଅସନ୍ତୁଷ୍ଟ ହେଉଛନ୍ତି । ସେ ଚାହୁଁଛନ୍ତି ମନ୍ଦିର, ପୂଜାସ୍ଥଳୀ, କଲେଜ ଏବଂ ହାଇସ୍କୁଲଗୁଡିକ ପୂର୍ବଭଳି ଅବସ୍ଥାରେ ରହିଥାଉ ।

ଯଦି ସେ ପ୍ରକୃତରେ ଲଜ୍ଜିତ ଅନୁଭବ କରୁଛନ୍ତି ତେବେ ସରକାରଙ୍କୁ ଲିଖିତ ଆକାରରେ ଦିଅନ୍ତୁ ଯେ ନିଜ ନିର୍ବାଚନମଣ୍ଡଳୀରେ କଲେଜ ଏବଂ ବିଦ୍ୟାଳୟଗୁଡ଼ିକର ପରିବର୍ତ୍ତନ ଚାହୁଁ ନାହାଁନ୍ତି । ଭୁବନେଶ୍ୱର ସଂସଦୀୟ ନିର୍ବାଚନ ମଣ୍ଡଳୀର ଲୋକଙ୍କୁ କୁହନ୍ତୁ ଯେ ସେ ଆପଣମାନଙ୍କର ମଙ୍ଗଳ ପାଇ ଏହାସବୁ କରିଛି । ଏହା ତାଙ୍କ ପାଇଁ ଏକ ଖୋଲା ଆହ୍ୱାନ ବୋଲି ଶ୍ରୀମତୀ ମିଶ୍ର ତାଙ୍କ ଟ୍ୱିଟ ରେ କହିଛନ୍ତି ।

Leave a Reply

Your email address will not be published. Required fields are marked *