ନରେନ୍ଦ୍ର ସିଂହ ତୋମରଙ୍କୁ ମଧ୍ୟପ୍ରଦେଶ ନିର୍ବାଚନ ପରିଚାଳନା କମିଟିର ସଂଯୋଜକ କଲା ଭାଜପା  

Spread the love

ଦିଲ୍ଲୀ : କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମରଙ୍କୁ ମଧ୍ୟପ୍ରଦେଶର ଆଗାମୀ ବିଧାନସଭା ନିର୍ବାଚନ ପାଇଁ ପ୍ରଦେଶ ନିର୍ବାଚନ ପରିଚାଳନା କମିଟିର ସଂଯୋଜକ ନିଯୁକ୍ତ କରିଛି ଭାରତୀୟ ଜନତା ପାର୍ଟି (ଭାଜପା) । ଭାଜପାର ରାଷ୍ଟ୍ରୀୟ ମହାସଚିବ ତଥା ମୁଖ୍ୟାଳୟ ପ୍ରଭାରୀ ଅରୁଣ ସିଂହ ଶନିବାର ଏକ ପ୍ରେସ୍ ବିଜ୍ଞପ୍ତି ଜାରୀ କରି ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ନରେନ୍ଦ୍ର ସିଂହ ତୋମରଙ୍କୁ ମଧ୍ୟପ୍ରଦେଶର ଆଗାମୀ ବିଧାନସଭା ନିର୍ବାଚନ ପାଇଁ ପ୍ରଦେଶ ନିର୍ବାଚନ ପରିଚାଳନା କମିଟିର ସଂଯୋଜକ ନିଯୁକ୍ତ କରିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଶେଷ ସୁଦ୍ଧା ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହାକୁ ଦୃଷ୍ଟିରେ ରଖି ଅଭିଜ୍ଞ ଓ ଅନୁଭବୀ ନେତା ତୋମରଙ୍କୁ ଏହି ଦାୟୀତ୍ୱ ଅର୍ପଣ କରିଛି ଭାଜପା । ତୋମର ମୁରୈନାରୁ ଲୋକସଭା ସଦସ୍ୟ ରହିଛନ୍ତି ଏବଂ ସେ ପୂର୍ବରୁ ମଧ୍ୟ ମଧ୍ୟପ୍ରଦେଶ ଭାଜପାର ଅଧ୍ୟକ୍ଷ ଥିଲେ । 

Leave a Reply

Your email address will not be published. Required fields are marked *