ବିଜେପି-କଂଗ୍ରେସ ପଥରମାଡ଼ ଘଟଣା, କ୍ୟାପିଟାଲ ଥାନାର ଦ୍ୱାରସ୍ଥ ହେଲା କଂଗ୍ରେସ…

Spread the love

ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନରେ ବିଜେପି-କଂଗ୍ରେସ ମୁହାଁମୁହିଁ ଘଟଣା । କଂଗ୍ରେସ ଭବନରେ ପଶି ଆକ୍ରମଣ କରିବା ସହ ରାହୁଲ ଗାନ୍ଧୀଙ୍କ ପୋଷ୍ଟର ଉପରେ ଗୋବର ମାଡ଼ କରିଛନ୍ତି ବିଜେପି ଯୁବ ମୋର୍ଚ୍ଚା। ତେବେ ଘଟଣାକୁ ନେଇ କ୍ୟାପିଟାଲ ଥାନାର ଦ୍ୱାରସ୍ଥ ହେଇଛି କଂଗ୍ରେସ। ଲିଖିତ ଅଭିଯୋଗ କରି ଘଟଣାର ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ସହ ଗିରଫ  ଦାବି କରାଯାଇଛି। ଯଦି କାର୍ଯ୍ୟାନୁଷ୍ଠାନ ନିଆ ନଯାଏ ଆଗାମୀ ଦିନରେ ଥାନା ସମ୍ମୁଖରେ ଧାରଣା ଦିଆଯିବା ସହ ସାରା ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା।

ତେବେ ଗତକାଲି ଅପରାହ୍ନରେ ରାଜଧାନୀରେ ବିଜେପି ଯୁବମୋର୍ଚ୍ଚ ଓ ଯୁବ ଛାତ୍ର କଂଗ୍ରେସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଦୁଇ ଦଳର କର୍ମୀଙ୍କ ପଥରମାଡରେ ମାଷ୍ଟରକ୍ୟାଣ୍ଟିନ ଛକ ରଣକ୍ଷେତ୍ର ପାଲଟିଥିଲା। ଯେଉଁଥିରେ ଉଭୟ ଦଳର କର୍ମୀଙ୍କ ମଧ୍ୟରେ ପଥର ଫିଙ୍ଗାଫିଙ୍ଗି ହେବାରୁ ୭ ଜଣଙ୍କ ମୁଣ୍ଡ ଫାଟିଥିବା ସୂଚନା ମିଳିଛି । ସମସ୍ତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ରାହୁଲଙ୍କ ପୋଷ୍ଟରରେ ବିଜେପି ଯୁବମୋର୍ଚ୍ଚା ଗୋବର ମାଡ଼ କରିବା ପରେ ଏଭଳି ହଙ୍ଗାମା ଓ ଉତ୍ତେଜନା ସୃଷ୍ଟି ହୋଇଥିଲା ।

Leave a Reply

Your email address will not be published. Required fields are marked *