କେନ୍ଦ୍ରମନ୍ତ୍ରୀଙ୍କ ମାରାଥନ ଗସ୍ତ

Spread the love

ଭୁବନେଶ୍ୱର: ବିଜେପି ଫୋକସରେ ଓଡିଶା। ଭୁବନେଶ୍ୱରରେ ପହଞ୍ଚିଲେ ଦୁଇ କେନ୍ଦ୍ରମନ୍ତ୍ରୀ। କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଭୁପେନ୍ଦ୍ର ୟାଦବ ଏବଂ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ତଥା କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ନୀତିଶ ପ୍ରାମାଣିକ ପହଞ୍ଚି କେନ୍ଦ୍ରାପଡା ଅଭିମୁଖେ ଗସ୍ତ କରିଛନ୍ତି। ସେଠାରେ ଦଳୀୟ ସାଙ୍ଗଠନିକ ସ୍ଥିତି ସମ୍ପର୍କରେ ସମୀକ୍ଷା କରି କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର କିଭଳି ରୂପାୟନ ହେଉଛି ତାହା ଅନୁଧ୍ୟାନ କରିବେ। ଏହାସହ ସିଧାସଳଖ ହିତାଧିକାରୀଙ୍କ ସହ ଆଲୋଚନା କରିବେ। ସେହିଭଳି ଗତକାଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ଆଦିବାସୀ ବ୍ୟାପର ମନ୍ତ୍ରୀ ଅର୍ଜୁନ ମୁଣ୍ଡା, ବିଶ୍ୱେଶ୍ୱର ଟୁଡୁ, ନିତ୍ୟାନନ୍ଦ ରାୟ ଓ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଅଶ୍ବିନୀ ଚୌବେଙ୍କ ସମେତ 5 ଜଣ କେନ୍ଦ୍ରମନ୍ତ୍ରୀ ଓଡିଶା ଗସ୍ତରେ ଆସିଛନ୍ତି।

Leave a Reply

Your email address will not be published. Required fields are marked *