ବିଜେପିର ଟାର୍ଗେଟ ବୋଲି କିଛି ନାହିଁ : ତାରା ବାହିନୀପତି

Spread the love

ଭୁବନେଶ୍ୱର : ବିଜେପିର ଟାର୍ଗେଟ ୮୦ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ସେ କହିଛନ୍ତି, ଗତଥର ବିଜେପିର ୧୨୦ ଟାର୍ଗେଟ ଥିଲା ଏଥର ୮୦କୁ ଖସିଲା । ଅଥାର୍ତ ବିଜେପିର ଟାର୍ଗେଟ ବୋଲି କିଛି ନାହିଁ । ବିଜେପି ୮୦ ନେବ, ବିଜେଡି ୧୨୦ ନେବ, କଂଗ୍ରେସ ସଭାପତି କହୁଛନ୍ତି ଏଥର ୯୦ । ଓଡିଶାରେ ମାତ୍ର ୧୪୭ଟି ଆସନ । ଲାଗୁଛି ବିଧାନସଭାର ଆଉ କିଛି ସିଟ୍ ବଢାଇବାର ଆବଶ୍ୟକତା ରହିଛି ।

ସେ ଆହୁରି କହିଛନ୍ତି ଯେ କାହାକୁ କହିବାକୁ କଣ ଟ୍ୟାକ୍ସ ଲାଗୁଛି । ୨୪ ମୈଦାନରେ ଫୁଟବଲ ଫିଙ୍ଗା ହେବ, ଲଢ଼ା ହେବ ଯାହାର ଦମ ସିଏ ଜିତିବ । କିଏ ପାସ କିଏ ଫେଲ ତାର ବିଚାର ସାଧାରଣ ଜନତା କରିବେ । ଲୋକେ ତର୍ଜମା କଲେଣି, ଯୁବକ ଯୁବତୀ କଣ ନିଯୁକ୍ତି ପାଇଛନ୍ତି ତାହାର ତର୍ଜମା କଲେଣି । ନରେନ୍ଦ୍ର ମୋଦୀଙ୍କ ଭାଷଣକୁ ଲୋକେ ତର୍ଜମା କଲେଣି ଏବଂ ଉପା ସରକାର ସମୟରେ ହୋଇଥିବା ଯୋଜନାକୁ ହାଇଜାକ କରାଯାଇଛି ତାକୁ ମଧ୍ୟ ଲୋକେ ତର୍ଜମା କରୁଛନ୍ତି । କଂଗ୍ରେସ କାହାକୁ ଭୟ କରେନି । ଗତଥର ୧୨୦ ପ୍ଲସ କଥା କହିଥିଲେ, ଡବଲ ଇଞ୍ଜିନ କଥା କହିଥିଲେ । ଶେଷରେ କଣ ହେଲା । କିନ୍ତୁ ଆମର ୯ରୁ ୯୦ ଲକ୍ଷ୍ୟ ରହିଛି । ଆଗାମୀ ଦିନରେ ଲୋକେ ନିଷ୍ପତି ନେବେ କିଏ କେତେ ସିଟ ନେବ ।

Leave a Reply

Your email address will not be published. Required fields are marked *