ଭୁବନେଶ୍ୱର : ବିଜେପିକୁ ଆମେ ଖୋଲା ସମର୍ଥନ କରିନୁ । ରାଜ୍ୟରେ ବିଜେପି ଆମର ପ୍ରମୁଖ ବିରୋଧୀ । ଓଡ଼ିଶାରେ କଂଗ୍ରେସ ସମ୍ପୂର୍ଣ୍ଣ ମୂଳପୋଛ ହୋଇଗଲାଣି । ଆମେ ଉଭୟ କଂଗ୍ରେସ ଓ ବିଜେପିଠାରୁ ସମଦୂରତ୍ୱ ରଖିଛୁ ବୋଲି କହିଛନ୍ତି ବିଜେଡି ସାଂସଦ ପିନାକୀ ମିଶ୍ର । ଦିଲ୍ଲୀ ବିଲ୍ କୁ ସଂସଦରେ ବିଜେଡିର ସମର୍ଥନକୁ ସମାଲୋଚନା ପରେ ବିଜେଡି ପକ୍ଷରୁ ପ୍ରତିକ୍ରିୟା ରଖି ଏହା କହିଛନ୍ତି ସାଂସଦ ପିନାକୀ ମିଶ୍ର । ଲୋକସଭାରେ ସେ କହିଛନ୍ତି ଯେ ବିଲ୍ କୁ ଆମେ ସାମ୍ବିଧାନିକ ଦୃଷ୍ଟିକୋଣରୁ ସମର୍ଥନ କରିଛୁ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now