ଶପଥ ସମାରୋହରେ ସାମିଲ ହେବାକୁ ବିଜେପି ନେତାଙ୍କ ନବୀନଙ୍କୁ ନିମନ୍ତ୍ରଣ…

Spread the love

ଓଡ଼ିଶାରେ ଆସନ୍ତାକାଲି ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ। ଶପଥ ସମାରୋହରେ ସାମିଲ ହେବାକୁ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ ପତ୍ର ଦେଲେ ବିଜେପିର ବରିଷ୍ଠ ନେତା । ନବୀନଙ୍କୁ ନିମନ୍ତ୍ରଣ ପତ୍ର ଦେବାକୁ ବିଜେପିର ୫ ବରିଷ୍ଠ ନେତା ନବୀନ ନିବାସକୁ ଯାଇ ନିମନ୍ତ୍ରଣ ଦେଇଛନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ସୁରେଶ ପୂଜାରୀ, ନିତ୍ୟାନନ୍ଦ ଗଣ୍ଡ ଓ ବସନ୍ତ ପଣ୍ଡା ନବୀନ ନିବାସ ଯାଇଥିଲେ। ଆସନ୍ତାକାଲି ଭୁବନେଶ୍ୱରର ଜନତା ମୈଦାନରେ ଶପଥ ନେବେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ । ତେବେ ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଅନ୍ୟ ଜାତୀୟ ସ୍ତରର ନେତା ବି ସାମିଲ ହେବେ ।

Leave a Reply

Your email address will not be published. Required fields are marked *