୧୦ତାରିଖ ସକାଳେ ବସିବ ବିଜେପିର ବିଧାୟକ ଦଳ ବୈଠକ। ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ବୈଠକ ବସିବା ନେଇ ସୂଚନା। ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନା ଶୁଣାଇବେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ। ବିଧାୟକ ଦଳ ସହମତି ପରେ ବିଧିବଦ୍ଧ ଭାବେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନା ଘୋଷଣା କରାଯିବ । ସେହିଦିନ ସନ୍ଧ୍ୟାରେ ଶପଥ ନେବେ ବିଜେପିର ଓଡ଼ିଶାରେ ପ୍ରଥମ ମୁଖ୍ୟମନ୍ତ୍ରୀ ।
ପ୍ରଥମଥର ଓଡ଼ିଶାରେ ବିଜେପି ଏକାକୀ ସରକାର ଗଢ଼ିବାକୁ ଯାଉଥିବାରୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଚର୍ଚ୍ଚାରେ ଅନେକ ନେତାଙ୍କ ନାଁ ରହିଛି । ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ସବୁଠାରୁ ଆଗରେ ଥିବା କୁହାଯାଉଛି । ସେହିପରି ବୈଜୟନ୍ତ ପଣ୍ଡା, ସୁରେଶ ପୂଜାରୀ, ପ୍ରତାପ ଷଡ଼ଙ୍ଗୀ, ଗିରୀଶ ମୁର୍ମୁ, ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି । ତେବେ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହା କେନ୍ଦ୍ରୀୟ ନେତୃତ୍ୱ ନିଷ୍ପତି ନେବେ । ଓଡ଼ିଶାରେ ନୂଆ ସରକାରର ଶପଥ ଗ୍ରହଣ ପାଇଁ ଭୁବନେଶ୍ୱରର ଜନତା ମୈଦାନରେ ବ୍ୟାପକ ପ୍ରସ୍ତୁତି ଚାଲିଛି । ଶପଥ ଗ୍ରହଣର ନେଇ ବିଧିବଦ୍ଧ ଭାବେ ତାରିଖ ଓ ସମୟ ଆସିନାହିଁ, ତଥାପି ରାଜ୍ୟ ପ୍ରଶାସନ ପ୍ରସ୍ତୁତ ଥିବା ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ।
Naxatra News is now on Whatsapp
Join and get latest news update delivered to you via whatsapp
Join Now