ହତାଶ କର୍ମୀଙ୍କୁ ଉତ୍ସାହିତ କରୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ: ବିଜେଡି

Spread the love

ଭୁବନେଶ୍ୱର : ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ଆଜି କଳାହାଣ୍ଡି ଠାରେ ଯେଉଁ ଭାଷଣ ଦେଇଛନ୍ତି ତାହାର ମୁଖ୍ୟ ଲକ୍ଷ୍ୟ ହେଉଛି ହତାଶ ଏବଂ ନିରାଶ ହୋଇପଡିଥିବା ଓଡିଶାର ବିଜେପି ନେତା ଏବଂ କ୍ୟାଡରମାନଙ୍କୁ ଉତ୍ସାହିତ କରିବା ଯେଉଁମାନେ କି ବିଜୁ ଜନତା ଦଳ ଠାରୁ ଉପନିର୍ବାଚନରେ ହାରିବା ସହିତ ୨୦୨୨ ଜିଲ୍ଲା ପରିଷଦ ନିର୍ବାଚନରେ ୩୦ଟି ଜିଲ୍ଲାରେ ପରାଜୟ ବରଣ କରିଛନ୍ତି ବୋଲି କହିଛନ୍ତି ବିଜେଡି ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର ।

ଡକ୍ଟର ପାତ୍ର କହିଛନ୍ତି ଯେ ଏହା ଭଲ ହୋଇଥାନ୍ତା ଯଦି ସେ ସ୍ପଷ୍ଟ କରିଥାନ୍ତେ ଯେ କେନ୍ଦ୍ରରେ ବିଜେପି ସରକାର କେତେବେଳେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ପ୍ରତି ବ୍ୟକ୍ତିଙ୍କ ପାଇଁ ୫ କିଲୋଗ୍ରାମ ଚାଉଳ ଯୋଗାଇବା ଆରମ୍ଭ କରିବେ ଯାହାକୁ ସେମାନେ ବନ୍ଦ କରିଛନ୍ତି ଓ ଜାତୀୟ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଭାବରେ ନାମିତ କରିଥିଲେ । ଏହା ମଧ୍ୟ ଭଲ ହୋଇଥାନ୍ତା ଯଦି ସିଏ ସ୍ପଷ୍ଟ କରିଥାନ୍ତେ ଯେ ଦିଲ୍ଲୀରେ ଓଡିଶା ବିଜେପି ନେତାଙ୍କ ଷଡଯନ୍ତ୍ର ଯୋଗୁଁ ଓଡିଶାକୁ ମିଳିବାକୁ ଥିବା ସାତ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମଏୱାଇ) ଘରକୁ କିଭଳି ଅଟକାଇ ଦିଆଯାଇଥିଲା ।

ଓଡିଶା ବିଜେପିର ନେତାମାନେ ଯଦି ତାଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବିଷୟରେ ସଠିକ୍ ଭାବରେ ସୂଚନା ଦେଇଥାନ୍ତେ, ତେବେ ସେ ଏହାକୁ ନିଶ୍ଚିତ ଭାବେ ପ୍ରଶଂସା କରିଥାନ୍ତେ । କାରଣ ବିଏସକେୱାଇ ଯୋଜନାରେ ମହିଳାମାନଙ୍କ ଚିକିତ୍ସା ପାଇଁ ୧୦ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦିଆଯାଉଛି ଯାହା ଆୟୁଷ୍ମାନ ଯୋଜନାରେ ପ୍ରଦାନ କରାଯାଇଥିବା ଅର୍ଥର ଦୁଇଗୁଣ । ଓଡିଶାର ୪.୫ କୋଟି ଲୋକ କ୍ରମାଗତ ୫ ଥର ପାଇଁ ଏବଂ ୨୩ ବର୍ଷ ଧରି ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ ଦେଇ ଆସୁଛନ୍ତି । କାରଣ ସେ ସେମାନଙ୍କ ସେବା କରନ୍ତି ଏବଂ ସେମାନେ ମଧ୍ୟ ତାଙ୍କୁ ଭଲ ପାଆନ୍ତି । ସେବା କରିବା ଏବଂ ଶାସନ ନକରିବାରେ ବିଶ୍ୱାସ କରୁଥିବା ଲୋକମାନେ ଏହା ଠିକଣା ଭାବେ ବୁଝିଛନ୍ତି ।

Leave a Reply

Your email address will not be published. Required fields are marked *