ଅଘୋଷିତ ବିଜୁଳି କାଟ ପ୍ରତିବାଦରେ ଟାଟା ପାୱାର ଅଫିସ ଘେରାଉ କଲା ବିଜେପି

Spread the love

ବଲାଣି : ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ବିଜୁଳି ବିତରଣ କଂପାନୀ ଟାଟା ପାୱାରର ଅରାଜକତା ସମସ୍ତ ସୀମା ଉଲ୍ଲଂଘନ କରିଛି। ସରକାରଙ୍କ ନିୟନ୍ତ୍ରଣ ବାହାରେ ଟାଟା ପାୱାର ଅଛି ଏବଂ ସାଧାରଣ ଉପଭୋକ୍ତା ନାହିଁ ନଥିବା କଷ୍ଟ ଭୋଗୁଛନ୍ତି। ପ୍ରବଳ ଗ୍ରୀଷ୍ମପ୍ରବାହ ଜାରୀ ରହିଥିବାବେଳେ ସାମାନ୍ୟ ବର୍ଷା, ପବନରେ ମନଇଚ୍ଛା ବିଦ୍ୟୁତ କାଟ କରାଯାଉଛି। ଖରାରେ ଲୋକେ ହନ୍ତସନ୍ତ ହେଉଛନ୍ତି। ସାଧାରଣ ଉପଭୋକ୍ତା, ବୁଦ୍ଧିଜୀବି, ଗଣମାଧ୍ୟମ, ସ୍ଵେଚ୍ଛାସେବୀ ସଂଗଠନ ଓ ରାଜନୈତିକ ଦଳଗୁଡିକ ବିଜୁଳି କାଟ୍ ପ୍ରତିବାଦରେ ସ୍ଵର ଉତୋଳନ କଲେ ବି ଉଭୟ ଟାଟା ପାୱାର ଏବଂ ରାଜ୍ୟ ସରକାର ଜବାବ ଦେଉନାହାନ୍ତି । ଯେପରି ମନେ ହେଉଛି, ଏ ସମସ୍ତ ବ୍ୟବସ୍ଥାର ମାଲିକ ରାଜ୍ୟ ସରକାର ନୁହଁ ବରଂ ଟାଟା ପାୱାର । ଗୋଟିଏ ଘରୋଇ କଂପାନୀ ପ୍ରତି ରାଜ୍ୟ ସରକାରଙ୍କ ଏଭଳି ଅହେତୁକ ଅନୁକମ୍ପା ସବୁଠୁ ବଡ ପ୍ରଶ୍ନ ହୋଇ ଛିଡା ହୋଇଛି। ଶକ୍ତି ବିଭାଗର ବିଫଳତା ଏବଂ ସରକାରଙ୍କ ଟାଟା ପାୱାର କଂପାନୀ ପ୍ରୀତି ପ୍ରତିବାଦରେ ବିଜେପି ତରଫରୁ ଆଜି ବଡ଼ବିଲ ଟାଟା ପାୱାର ଅଫିସ ଘେରାଉ କରିଛି ବିଜେପି।

ବିଜେପି ଜିଲ୍ଲା ଉପସଭାପତି ତଥା ଚମ୍ପୁଆ ବିଧାନସଭା ସଂଯୋଜକ ଦେବପ୍ରସାଦ ମିଶ୍ର ଜିଲ୍ଲା ଉପସଭାନେତ୍ରୀ ସପ୍ନା ସାହୁ, ଜିଲ୍ଲା ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ଶ୍ରଦ୍ଧାଞ୍ଜଳି କର, ମଣ୍ଡଳ ସାଧାରଣ ସମ୍ପାଦକ ସୁନୀଲ ଦାସ, ଶ୍ରୀନିବାସ କୋନାର, ମହିଳା ମୋର୍ଚ୍ଚା ଅନିତା ଭୌମିକ, ଯୁବମୋର୍ଚା ସଭାପତି ପରମଜୀତ ସିଂ, ହରିଜନ ମୋର୍ଚ୍ଚା ଜିଲ୍ଲା ସମ୍ପାଦକ ସନ୍ୟାସୀ ମାଝୀ କାଉନସିଲର ଧର୍ମେନ୍ଦ୍ର ମହାନ୍ତ, ପାୟଲ ଦେବଗନ ପ୍ରମୁଖ ତାଙ୍କ ବକ୍ତବ୍ୟରେ ଟାଟା ପାୱାରର ମନମାନି କାର୍ଯ୍ୟକଳାପକୁ ଦୃଢ଼ ନିନ୍ଦା କରିଥିଲେ। ସୁବାସ ଲୋହାର, ମାନି ବାଲମୁଚୁ, ପେଟୁ ମହାରଣା, ମୋହନ କର, ଚିନ୍ମୟ ମହାକୁଡ଼, ଅମନ ଗୁପ୍ତା ଓ ଶତାଧିକ କାର୍ଯ୍ୟକର୍ତା ବିଜେପି କାର୍ଯ୍ୟାଳୟରୁ ଶୋଭାଯାତ୍ରାରେ ଆସି ଟାଟା ପାୱାର ଅଫିସକୁ ଘେରାଉ କରିଥିଲେ ।

Leave a Reply

Your email address will not be published. Required fields are marked *