ପ୍ରତାପ ଜେନାଙ୍କ ଉପରେ ମାମଲା ସୁପ୍ରିମକୋର୍ଟ ରେ ଗ୍ରହଣ ନେଇ ବିଜେପି ମୁଖପାତ୍ର ମନୋଜ ମହାପାତ୍ରଙ୍କ ପ୍ରତିକ୍ରିୟା। ଆଇନର ହାତ ବହୁତ ଲମ୍ଭା । ତତ୍କାଳୀନ ସରକାରରେ ତତ୍କାଳୀନ ଆଇନମନ୍ତ୍ରୀ ଗଳାବାଟ ଧରି ତତ୍କାଳୀନ ପୋଲିସ କୁ ତାଙ୍କ ହିସାବରେ ରିପୋର୍ଟ ପ୍ରଦାନ କରିବାରୁ ଏପରି ଅବସ୍ଥା ହୋଇଥିଲା। ପ୍ରଥମେ ପୋଲିସ 13 ନମ୍ବର ମୁଦାଲା ହୋଇଥିଲେ ମଧ୍ୟ ପୋଲିସ କୁ କୋର୍ଟଙ୍କ ଭର୍ତ୍ସନା ଶୁଣିବାକୁ ପଡିଥିଲା। ଏବେ ସୁପ୍ରିମକୋର୍ଟ ଯେଉଁ ନିର୍ଦ୍ଧେଶ ଦେଇଛନ୍ତି ରାଜ୍ୟ ସରକାରଙ୍କୁ ତାହା ନୂଆ ସରକାର ଆଇନଗତ ଭାବେ ଯାହା ନିଷ୍ପତ୍ତି ନେବା କଥା ନେବେ। ଦୋଷୀ ନିଶ୍ଚିତ ଦଣ୍ଡ ପାଇବ। ପୁର୍ବ ସରକାର ସାକ୍ଷୀ ସଫା ଅଭିଯାନ ଚଳାଇଥିଲେ। ଦୋଷ କରୁଥିଲେ ଷଡଯନ୍ତ୍ର କରୁଥିଲେ ସେଥିରୁ ବଞ୍ଚିବା ପାଇଁ ସାକ୍ଷୀ ସଫା କରୁଥିଲେ। ପୁନଃ ବିଚାର ପାଇଁ ପୋଲିସ କୁ ସୁଯୋଗ ଦିଆଯାଇଛି ପୋଲିସ ତାହାର ସଠିକ କାମ କରିବ ଓ ଦୋଷୀ ନିଶ୍ଚିତ ଦଣ୍ଡ ପାଇବ।

Naxatra News is now on Whatsapp
Join and get latest news update delivered to you via whatsapp
Join Now