ଛତିଶଗଡ଼ ସରକାରକୁ ଟାର୍ଗେଟ୍ କଲା ବିଜେପି : ମଦ ବିକ୍ରିରୁ ୨,୧୬୧ କୋଟି ଟଙ୍କା ଲୁଟ୍ ଅଭିଯୋଗ

Spread the love

ନୂଆଦିଲ୍ଲୀ : ଛତିଶଗଡ଼ ସରକାରକୁ ଟାର୍ଗେଟ୍ କରିଛି ଭାରତୀୟ ଜନତା ପାର୍ଟି (ଭାଜପା) । ଗୁରୁବାର ଭାଜପା ନେତା ରବିଶଙ୍କର ପ୍ରସାଦ ଅଭିଯୋଗ ଆଣିଛନ୍ତି ଯେ, ଆଜିକାଲି ମଦ ମାଧ୍ୟମରେ ଅବୈଧ ରୋଜଗାର କରିବା ଅଣଭାଜପା ସରକାରର ଯୋଜନା ହୋଇଛି । ଦିଲ୍ଲୀ ସରକାରର ଉପମୁଖ୍ୟମନ୍ତ୍ରୀ ଏହି ମାମଲାରେ ସମ୍ପ୍ରତି ଜେଲ୍ ରେ ଅଛନ୍ତି ଏବଂ ୪ ଥର ତାଙ୍କର ଜାମିନ୍ ଖାରଜ ହେଲାଣି । ଛତିଶଗଡ଼ ସରକାର ମଧ୍ୟ ମଦ ବିକ୍ରିରୁ ୨,୧୬୧ କୋଟି ଟଙ୍କା ଲୁଟ୍ କରିଛି । ଏହି ଅର୍ଥ ରାଶି ମଦ ବିକ୍ରି ଉପରେ ପ୍ରଦେଶକୁ ଡ୍ୟୁଟି ରୂପରେ ପ୍ରାପ୍ତ ହୋଇଥାଏ ।

Leave a Reply

Your email address will not be published. Required fields are marked *