କୋଲକାତା: ପଶ୍ଚିମ ବଙ୍ଗରେ ବିଜେପିର ମାର୍ଚ୍ଚ କାଳରେ ହଙ୍ଗାମା। ବହୁ ସ୍ଥାନରେ ପୁଲିସ ଓ ବିଜେପି ମଧ୍ୟରେ ମୁହଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ପୁଲିସ ମାର୍ଚ୍ଚ ବାହାର କରିଥିବା ବିଜେପି ନେତା ଶୁଭେନ୍ଦୁ ଅଧିକାରୀ, ସାଂସଦ ଲୋକେଟ ଚାଟାର୍ଜୀ ପ୍ରମୁଖ ବହୁ ନେତା ଓ କର୍ମକର୍ତ୍ତାଙ୍କୁ ହାଜତକୁ ନେଇଛି।
ପଶ୍ଚିମ ବଙ୍ଗରେ ମମତା ସରକାରର ଭ୍ରଷ୍ଟାଚାରକୁ ନେଇ ମଙ୍ଗଳବାର ବିଜେପି କୋଲକାତାରେ ନବାନ୍ନ ଅଭିଯାନ ବା ସଚିବାଳୟ ପର୍ଯ୍ୟନ୍ତ ମାର୍ଚ୍ଚ ଡକାଇଥିଲା। ସାରା ରାଜ୍ୟରୁ ବିଜେପି ନେତା ଓ କର୍ମକର୍ତ୍ତା ଏହି ଅଭିଯାନରେ ସାମିଲ ହେବାକୁ ହାଓଡା ଆସିଥିଲେ। କିଛି ସ୍ଥାନରେ ପୁଲିସକୁ ମୋର୍ଚ୍ଚାରେ ସାମିଲ ହୋଇଥିବା ବିଜେପି କର୍ମକମର୍ତ୍ତାଙ୍କ ଉପରେ ପାଣି ମାଡ କରିଛନ୍ତି। ପୁଲିସ ଗାଡିରେ ନିଆଁ ଲଗାଇଦେଇଛନ୍ତି ବିରୋଧୀ।
ପୁଲିସ ହାଓଡାରୁ ସଚିବାଳୟ ଆଡକୁ ଆସୁଥିବା ରାସ୍ତାକୁ ବାରିକେଟିଂ କରିଥିଲା। ସେପଟେ ପୂର୍ବ ମେଦିନାପୁରରେ ବିଜେପି ଓ ଟିଏମସି କର୍ମକର୍ତ୍ତାଙ୍କ ମଧ୍ୟରେ ହାତାହାତି ସ୍ଥିତି ହୋଇଛି। ତାମଲୁକରେ ଦୁଇ ଦଳ ମଧ୍ୟରେ ସମାନ ସ୍ଥିତି ଉପୁଜିଛି। ମାର୍ଚ୍ଚରେ ସାମିଲ ହେବାକୁ ଆସୁଥିବା ବିଜେପି କର୍ମକର୍ତ୍ତାଙ୍କୁ ନେଇ ଆସୁଥିବା ବସ ସବୁକୁ ଉତ୍ତର ୨୪ ପ୍ରଗଣାରେ ପୁଲିସ ଅଟକାଇ ଦେଇଛି। ରାସ୍ତାରେ ପୁଲିସ ବିଜେପି କର୍ମକର୍ତ୍ତାଙ୍କୁ ଅଟକାଇବାରୁ ଏକ ଗୋଷ୍ଠୀ ତ୍ରୀବେଣୀ ନଦୀ ପାର କରିଥିଲେ ନୌକାରେ।
ଏହି ମୋର୍ଚ୍ଚା କାଳରେ ପୁଲିସ ଅଲିପୁରରୁ ସୁଭେନ୍ଦୁ ଅଧିକାରୀ, ରାହୁଲ ସିହ୍ନାଙ୍କୁ ହାଜତକୁ ନେଇଛି। ପୁଲିସ ହାଜତକୁ ନେଉଥିବା ବେଳେ ଅଧିକାରୀ ମମତା ସରକାରକୁ ଟାର୍ଗେଟ କରି କହିଛନ୍ତି କି, ମମତା ବାନାଜୀଙ୍କ ନିକଟରେ ନିଜ ଲୋକଙ୍କର ସମର୍ଥନ ନାହିଁ। ତେଣୁ ବଙ୍ଗାଲରେ ଉତ୍ତର କୋରିଆ ପରି ଏକଛତ୍ରବାଦ ଶାସନ ଚଳାଇଛନ୍ତି।
ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦିଲ୍ଲୀପ ଘୋଷ କହିଛନ୍ତି, ପଶ୍ଚିମ ବଙ୍ଗରେ ଏତେ ପୁଲିସ କର୍ମୀ କେଉଁଠୁ ଆସିଲେ, ତାକୁ ନେଇ ମୋତେ ଆଶ୍ଚର୍ଯ୍ୟ ଲାଗୁଛି। ଯେତେବେଳେ ରାଜ୍ୟରେ କୋଇଲା ଓ ଗୋରୁ ଚାଲାଣ ହେଉଛି, ରାଜ୍ୟରେ ଅଶାନ୍ତି ସୃଷ୍ଟି କରାଯାଉଛି ସେତେବେଳେ ପୁଲିସ କେଉଁଠି ରହିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now