ଖମାରରେ ଭିକେ ପାଣ୍ଡିଆନ୍ ଙ୍କ ଗସ୍ତକୁ ବିଜେପିର ବିରୋଧ, ବଜାରରେ ପଥପ୍ରାନ୍ତ ସଭା

Spread the love

ପାଲଲହଡା : ଫାଇଭ-ଟି ସଚିବ ପାଣ୍ଡିଆନ୍ ଙ୍କ ପାଲଲହଡ଼ା ଗସ୍ତକୁ ଆଜି ଖମାର ଠାରେ ବିଜେପି ପକ୍ଷରୁ ତୀବ୍ର ବିରୋଧ କରାଯାଇଛି । ବିଜେପି ମଣ୍ଡଳ ସଭାପତି ଗୌର ଚନ୍ଦ୍ର ପ୍ରଧାନ ଙ୍କ ନେତୃତ୍ଵରେ ଖମାର ବଜାର ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା, କାର୍ଯ୍ୟକ୍ରମ ରେ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଅଶୋକ ମହାନ୍ତି ଯୋଗ ଦେଇ, ପାଣ୍ଡିଆନ୍ ଙ୍କ କାର୍ଯ୍ୟ କଳାପକୁ ତୀବ୍ର ସମାଲୋଚନା କରିଥିଲେ, 23 ବର୍ଷ ଧରି ବିଜେଡି ସରକାରରେ ଥିଲା ପରେ ମଧ୍ୟ ପାଲଲହଡ଼ାରେ ମୌଳିକ ସୁବିଧା ନାହିଁ । ସମାକୋଇ ନଦୀରେ ଚକଧର ପ୍ରୋଜେକ୍ଟ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ପାଣିର ଗାର । ଖମାରରେ ଶୀତଲ ଭଣ୍ଡାର ରେ ହୋଇପାରିଲା ନାହିଁ । ଦମକଳ କେନ୍ଦ୍ର ଅବସ୍ଥା ନକହିଲେ ଭଲ । ମୁଖ୍ୟମନ୍ତ୍ରୀଙ୍କ ବଦଳରେ ପାଣ୍ଡିଆନ୍ ଙ୍କ ଗସ୍ତ ପାଲଲହଡା ବାସୀଙ୍କୁ ପ୍ରତାରଣା ବୋଲି କହିଛନ୍ତି ବିଜେପି ନେତା ଅଶୋକ ମହାନ୍ତି । ଲୋକେ ମୁଖ୍ୟମନ୍ତ୍ରୀଙ୍କୁ ଭୋଟ ଦେଇ ଥିଲେ ପାଣ୍ଡିଆନ୍ ଙ୍କୁ ନୂହେଁ କିନ୍ତୁ ବିଧାୟକ ପାଣ୍ଡିଆନ୍ ଙ୍କ ସଭା ପାଇଁ ଲୋକ ସଂଗ୍ରହ କରିବା ଦୁର୍ଭାଗ୍ୟର ବିଷୟ ଏହାକୁ ପାଲଲହଡା ବାସୀ ବରଦାସ୍ତ କରିବେ ନାହିଁ ବୋଲି ପ୍ରକାଶ କରିଥିଲେ । ପାଣ୍ଡିଆନ୍ ଗୋ ବ୍ୟାକ୍ ସ୍ଲୋଗାନ୍ ଦେଇ ବିଜେପି କର୍ମୀ ବିରୋଧ କରିଥିଲେ । ସଭାରେ ବିଧାନସଭା ସଂଯୋଜକ ଚନ୍ଦନ ସ୍ଵରାଜ ମଣ୍ଡଳ ସଭାପତି ପ୍ରହଲ୍ଲାଦ ସାମଲ, ଅବନୀ ପ୍ରଧାନ, ଦିଲେଶ୍ଵର ବେହେରା, ମଦନ ସାହୁ, ହିମାଂଶୁ ସାହୁ, ସାନୁ ବିଶ୍ଵାଳ, କାଳନ୍ଦି ସାହୁ, ରଞ୍ଜିତ ପ୍ରଧାନ, ସୌମ୍ୟ ରଞ୍ଜନ ପ୍ରଧାନ, ରମାକାନ୍ତ ତ୍ରିପାଠୀ, ହିମାଂଶୁ ପ୍ରଧାନ, କାର୍ତିକ ହୃଦୟ ଚନ୍ଦନ ପ୍ରଧାନ, ପ୍ରଭାତ ପ୍ରଧାନ, ରୁଦ୍ର ମୋହନ ବିଶ୍ଵାଳ, ପଦ୍ମ ଚନ୍ଦ୍ର ସାମଲ, ଦିଲୀପ ପ୍ରଧାନ, ଗଦାଧର ପ୍ରଧାନ, ଲକ୍ଷ୍ମୀନାରାୟଣ ମିଶ୍ର ପ୍ରମୁଖ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *