ଗୌହାଟୀରେ ବିଜେପିର କ୍ଷେତ୍ରୀୟ ସାଂଗଠନିକ ବୈଠକ ଆରମ୍ଭ, ସାମିଲ ହେଲେ ମନମୋହନ ସାମଲ ଓ ମାନସ ମହାନ୍ତି

ଭୁବନେଶ୍ୱର : ଗୌହାଟୀ ଠାରେ ଆସାମ ପ୍ରଦେଶ ବିଜେପି କାର୍ଯାଳୟରେ ଆଜି ସକାଳ ୧୦.୩୦ ରୁ ବିଜେପିର କ୍ଷେତ୍ରୀୟ ସାଂଗଠନିକ ବୈଠକ ଆରମ୍ଭ ହୋଇଛି । ଏହି ବୈଠକରେ ଓଡିଶା, ବିହାର, ଝାଡଖଣ୍ଡ, ପଶ୍ଚିମ ବଙ୍ଗ ଓ ପୂର୍ବୋତର ଭାରତର ସମସ୍ତ ରାଜ୍ୟ ସମେତ ମୋଟ ୧୨ଟି ରାଜ୍ୟର ବିଜେପିର ପ୍ରମୁଖ ପଦାଧିକାରୀ ମାନେ ସାମିଲ ହୋଇଛନ୍ତି । ବୈଠକରେ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ (ସଂଗଠନ) ବିଏଲ ସନ୍ତୋଷ, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସୁନୀଲ ବଂସଲ ପ୍ରମୁଖ ସାମିଲ ହୋଇଛନ୍ତି ।

ଏହି ବୈଠକରେ ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ ଓ ରାଜ୍ୟ ବିଜେପି ସଂଗଠନ ସମ୍ପାଦକ ମାନସ ମହାନ୍ତି ତଥା ବିଜେପିର ରାଷ୍ଟ୍ରୀୟ ଉପ ସଭାପତି ବୈଜୟନ୍ତ ପଣ୍ଡା ସାମିଲ ହୋଇଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *