ବିରୋଧୀ ବୈଠକରେ ସାମିଲ୍ ହେବାକୁ ପାଟଣା ଯିବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି

Spread the love

ଗୌହାଟୀ : ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ରର କ୍ଷମତାଧାରୀ ଦଳ ଭାଜପା ବିରୋଧରେ ବିରୋଧୀ ଏକତା ବୈଠକ ନିମନ୍ତେ ତୃଣମୂଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ପାଟଣା ଯିବେ । ଗୁରୁବାର ତୃଣମୂଳ କଂଗ୍ରେସ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ଶୁକ୍ରବାର ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ସାମିଲ୍ ହେବା ନିମନ୍ତେ ମମତା ଦିନକ ପୂର୍ବରୁ ପାଟଣାରେ ପହଂଚିବେ । ପାଟଣାରେ ମମତା ବାନାର୍ଜିଙ୍କୁ ସ୍ଵାଗତ କରିବା ପାଇଁ ପୋଷ୍ଟର ମଧ୍ୟ ଲଗାଯାଇଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *