ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନବୀନଙ୍କୁ ନିମନ୍ତ୍ରଣ…

Spread the love

ନବୀନ ନିବାସ ଯାଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଓଡ଼ିଶାର ବିରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଜନତା ମୈଦାନରେ ହେବାକୁଥିବା ଶପଥ ସମାରୋହ ଉତ୍ସବକୁ ଯିବାକୁ ନିମନ୍ତ୍ରଣ କରିଛନ୍ତି ମୋହନ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ଗ୍ରହଣ କରିବା ସହ ଶପଥପାଠ କାର୍ଯ୍ୟକ୍ରମରେ ଯୋଗଦେବାକୁ କହିଛନ୍ତି ନବୀନ ପଟ୍ଟନାୟକ। ଏଥିସହ ନବନିର୍ମିତ ସରକାରଙ୍କୁ ଆର୍ଶବାଦ କରିବାକୁ ପ୍ରତିଶୃତି ମଧ୍ୟ ଦେଇଛନ୍ତି ନବୀନ।

Leave a Reply

Your email address will not be published. Required fields are marked *