ଗୃହ ବିଭାଗ ଛାଡ଼ନ୍ତୁ ମୁଖ୍ୟମନ୍ତ୍ରୀ : ବିଜେପି

Spread the love

ଭୁବନେଶ୍ୱର : ଭାରତୀୟ ଜନତା ପାର୍ଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛି । ଦଳ ନବୀନଙ୍କ ମନ୍ତ୍ରୀ ଓ ବିଭାଗ ସମୀକ୍ଷାକୁ ନେଇ ଟାର୍ଗେଟ କରିଛି । ସବୁ ବିଭାଗର ସମୀକ୍ଷା ହେଉଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ଗୃହ ବିଭାଗର ସମୀକ୍ଷା ନେଇ ବିଜେପି ପ୍ରଶ୍ନ ଉଠାଇଛି ।

ବିଜେପି ପ୍ରବକ୍ତା ମନୋଜ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ଗୃହ ବିଭାଗର ସମୀକ୍ଷା କିଏ କରୁଛି ବୋଲି ପ୍ରଶ୍ନ କରିଛନ୍ତି । ସମୀକ୍ଷା କଲେ ଜଣାପଡ଼ିବ ରାଜ୍ୟରେ ଆଇନଶୃଖଳା ସ୍ଥିତି କଣ ଅଛି । ନିଜ ମନ୍ତ୍ରୀଙ୍କୁ ସୁରକ୍ଷା ଦେଇ ପାରିଲେ ନାହିଁ ନବୀନ । ନବ ଦାସଙ୍କ ମୃତ୍ୟୁକୁ ୧୧୮ ଦିନ ହୋଇଗଲା । ଏତେ ଦିନ ଭିତରେ ତଦନ୍ତ ନେଇ କିଛି ତଥ୍ୟ ଦେଲାନି ସରକାରଙ୍କ କ୍ରାଇମବ୍ରାଞ୍ଚ । ଆଉ ହାତରେ ମାତ୍ର ୨ ଦିନ ଥିବା ବେଳେ ଆଜି ଚାର୍ଜସିଟ ଦେଇଛନ୍ତି । ହେଲେ ବିରୋଧୀ ଦଳ ପକ୍ଷରୁ ଯେଉଁ ମାନଙ୍କ ନାମ ବିଧାନସଭାରେ ଉଠାଯାଇଥିଲା ସେମାନଙ୍କୁ କାହିଁକି ତଦନ୍ତ ପରିସର ଭିତରକୁ ନେଲେନି ବୋଲି ସେ ପ୍ରଶ୍ନ କରିଛନ୍ତି । ଏହାସହ ସାଇବର କ୍ରାଇମ, ରାସ୍ତା ଦୁର୍ଘଟଣା, ଚୋରି, ଶିଶୁ ଅପହରଣରେ ରାଜ୍ୟ ନମ୍ବର ୱାନ । ପ୍ରତି ଅଢେଇ ଘଣ୍ଟାରେ ଗୋଟିଏ ମର୍ଡ଼ର ଆଉ ରେପ୍ ସହ ଦିନକୁ ଦିନ କ୍ରାଇମ ବଢୁଛି । ବିଜେଡ଼ି ନେତା ଓ ମନ୍ତ୍ରୀଙ୍କ ନାଁରେ ମାମଲା ବଢୁଛି । ଅପରାଧିକ ମାମଲା ଥିବା ନେତାଙ୍କୁ ୯ଟି ଜିଲ୍ଲାର ଦାୟୀତ୍ୱ ଦେଇ ଉପହାର ଦେଉଛନ୍ତି ମୁଖ୍ୟମନ୍ତ୍ରୀ ବୋଲି ସେ ଅଭିଯୋଗ କରିଛନ୍ତି । ଗୃହ ବିଭାଗ ସ୍ଥାଣୁ ପାଲଟିଛି । ଗୃହ ବିଭାଗ ଛାଡ଼ନ୍ତୁ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ସମୀକ୍ଷାରୁ ଏକ ନମ୍ବର ମନ୍ତ୍ରୀଙ୍କୁ ଗୃହ ବିଭାଗ ଦାୟିତ୍ୱ ଦିଅନ୍ତୁ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *