ଉଦଘାଟିତ ହୋଇଛି ୫ମ ଜାତୀୟ ଚିଲିକା ବିହଙ୍ଗ ଉତ୍ସବ

ପ୍ରବାସୀ ଭାରତୀୟ ଦିବସକୁ ନଜରରେ ରଖି ଉଦଘାଟିତ ହୋଇଛି ୫ମ ଜାତୀୟ ଚିଲିକା ବିହଙ୍ଗ ଉତ୍ସବ । ଚଳିତ ଥର ପ୍ରବାସୀ ଭାରତୀୟ ହେବେ ଚିଲିକା ବିହଙ୍ଗ ଉତ୍ସବର ବ୍ରାଣ୍ଡ ଆମ୍ବାସେଡର । ଆସନ୍ତା ୮ରୁ ୧୦ ପର୍ଯ୍ୟନ୍ତ ହେବାକୁ ଥିବା ପ୍ରବାସୀ ଭାରତୀୟ ସମ୍ମିଳନୀରେ ଓଡିଶା ଆସିବାକୁ ଥିବା ଅତିଥି ଚିଲିକା ବୁଲିବା ସହ ବିଦେଶାଗତ ପକ୍ଷୀ ଦେଖି ପର୍ଯ୍ୟଟନର ଉପଭୋଗ କିରିପାରିବେ । ଏଥିପାଇଁ ଜଙ୍ଗଲ ବିଭାଗ ଓ ପର୍ଯ୍ୟଟନ ବିଭାଗ ତରଫରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।ଏଭଳି ହେବା ଦ୍ବାରା ବିଶ୍ବରେ ଚିଲିକା ର ବହୁ ପ୍ରଚାର ପ୍ରସାର ହୋଇପାରିବ । ପ୍ରତିବର୍ଷ ଡିସେମ୍ବର ରୁ ଫେବୃଆରୀ ୩ ମାସ ଭିତରେ ପ୍ରାୟ ୧୦ ଲକ୍ଷ ପକ୍ଷୀ ଋଷିଆ ସାଇବେରିଆ ,ମ୍ଗୋଲିଆ ଭଳି ଦେଶରୁ ଚିଲିକାକୁ ଆସିଥାନ୍ତି । ମୋଟ୍ ୧୫୦ ପ୍ରଜାତିର ପକ୍ଷୀ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ ଜମିଥାଏ । ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏହି ୫ମ ଜାତୀୟ ଚଲିକା ବିହଙ୍ଗ ଉତ୍ସବରଉଦଘାଟନ କରିଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *