ଚିରାଗ ପାଶଓ୍ୱାନ- ବିହାର ଫାଇଟରେ ନୂଆ ସମୀକରଣ

କେନ୍ଦ୍ରମନ୍ତ୍ରୀ ଓ ଲୋକ ଜନଶକ୍ତି ପାର୍ଟି (ରାମବିଳାସ) ନେତା ଚିରାଗ ପାଶୱାନ ବିହାର ବିଧାନସଭା ନିର୍ବାଚନ ୨୦୨୫ ରେ ଲଢ଼ିବେ। ଏହି ଘୋଷଣା ସହ ତାଙ୍କ ରାଜନୈତିକ ଯାତ୍ରାରୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ଆଣିବ। ଜାତୀୟ ରାଜନୀତିରୁ ଆସି ରାଜ୍ୟରେ ସକ୍ରିୟ ଅଂଶଗ୍ରହଣ ପାଇଁ ଏକ ଦୃଢ଼ ପଦକ୍ଷେପ ବୋଲି ବିବେଚନା କରାଯାଉଛି। ଚିରାଗ ପାଶୱାନ ଆରମ୍ଭରୁ ଏକ ଆଦର୍ଶ ନାରା “ବିହାର ଫାଷ୍ଟ, ବିହାରୀ ଫାଷ୍ଟ” କୁ ଅନୁସରଣ କରୁଛନ୍ତି। ବିହାରର ଉନ୍ନତି ପାଇଁ ସେ ଏବେ ନିଜେ ନିର୍ବାଚନୀ ମଞ୍ଚକୁ ଆସିବାକୁ ପ୍ରସ୍ତୁତ। ସେ କହିଛନ୍ତି, “ପାର୍ଟି ଓ କାର୍ଯ୍ୟକର୍ତ୍ତାଙ୍କ ଇଛା ଥିଲେ ସେ ନିର୍ବାଚନ ଲଢ଼ିବେ। ଏଯାଏଁ ଚିରାଗ କୌଣସି ନିର୍ଦ୍ଦିଷ୍ଟ ବିଧାନସଭା ଆସନ ଘୋଷଣା କରିନାହାନ୍ତି। ହାଜିପୁର, ପାଟନା କିମ୍ବା ଦାନାପୁର ଆସନ ଭିତରୁ ଗୋଟିଏ ଆସନରେ ଲଢ଼ିବେ ବୋଲି ଅନୁମାନ ଲଗାଯାଉଛି। ଏହି ଆସନଗୁଡ଼ିକ ଦଳିତ ଓ ପଛୁଆବର୍ଗ ମଧ୍ୟରେ ସେ ମିଳୁଥିବା ସମର୍ଥନକୁ ଧ୍ୟାନରେ ରଖି ବିଚାର କରାଯାଉଛି। ଚିରାଗଙ୍କ ବିଧାନସଭା ଲଢ଼େଇ ପରିପ୍ରେକ୍ଷୀରେ ମେଣ୍ଟ ଉପରେ କି ପ୍ରଭାବ ପଡ଼ିବ,ତାକୁ ନେଇ ଅନେକ ଆକଳନ ହେଲାଣି। କିନ୍ତୁ ବିଜେପି ସ୍ପଷ୍ଟ କରିଛି ଯେ ନିତୀଶ କୁମାର 2025 ରେ NDA ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ। ଏହା ମଧ୍ୟରେ ଚିରାଗଙ୍କ ସକ୍ରିୟ ଅଂଶଗ୍ରହଣ ଏହି ଗଠବନ୍ଧନର ରଣନୀତିକୁ ପୁନଃସଂରଚିତ କରିପାରେ। ଏହା ସହ ବିପକ୍ଷ ମହାଗଠବନ୍ଧନ – ବିଶେଷକରି ଦଳିତ ଓ ଓବିସି ଭୋଟ ଆଧାରରେ ନିର୍ଭର କରୁଥିବାରୁ ଏହା ଏକ ଆହ୍ୱାନ ଭାବେ ପରିଗଣିତ କରାଯାଉଛି। ଏଲଜେପିଆରର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିରାଗ କହିଛନ୍ତି, ସେ ନିଜକୁ ଲମ୍ୱା ସମୟ ଧରି କେନ୍ଦ୍ର ପଲିଟିକ୍ସରେ ଦେଖୁନାହାନ୍ତି। ଯେଉଁ ଭାବନା ସହ ସେ ରାଜନୀତିକୁ ଆସିଛନ୍ତି। ସେ ବିହାରକୁ ବିକଶିତ ରାଜ୍ୟ ଭାବେ ଦେଖିବାକୁ ଚାହାଁନ୍ତି। ସେ ତୃତୀୟ ଥର ସାଂସଦ ହୋଇ ବୁଝିଗଲେ ଯେ, ଦିଲ୍ଲୀରେ ରହି ବିହାର ପାଇଁ କାମ କରିବା ସମ୍ଭବ ହେବନି। ତାଙ୍କ ନିର୍ବାଚନ ଲଢ଼ିବାକୁ ତାଙ୍କର ଓ ତାଙ୍କ ମେଣ୍ଟର ପ୍ରଦର୍ଶନକୁ ଯଦି ଅଧିକ ଭଲ କରିବ। ତାହେଲେ ସେ ନିଶ୍ଚିତ ଲଢ଼ିବେ। ପାର୍ଟି ପ୍ରସ୍ତାବ ଦେଇଛି ଯେ, ସେ ଅଣସଂରକ୍ଷିତ ଆସନରୁ ଲଢ଼ନ୍ତୁ। କିନ୍ତୁ ଏହା ଉପରେ ଦଳରେ ଚର୍ଚ୍ଚା ହେବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *