କଂଗ୍ରେସ ଭ୍ରଷ୍ଟାଚାରର ଗ୍ୟାରେଣ୍ଟି, ମୋଦୀ ଭ୍ରଷ୍ଟାଚାର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଗ୍ୟାରେଣ୍ଟି- ପ୍ରଧାନମନ୍ତ୍ରୀ

Spread the love

ରାୟପୁର/ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସକୁ ଭ୍ରଷ୍ଟାଚାରର ପର୍ଯ୍ୟାୟ ବୋଲି କହିବା ସହ କଂଗ୍ରେସ ଯଦି ଭ୍ରଷ୍ଟାଚାରର ଗ୍ୟାରେଂଟି, ତେବେ ମୋଦୀ ଭ୍ରଷ୍ଟାଚାର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଗ୍ୟାରେଣ୍ଟି ବୋଲି କହିଛନ୍ତି । ଆହୁରି ମଧ୍ୟ ମୋଦୀ କହିଥିଲେ ଯେ, ଜନତା ଛତିଶଗଡ଼ରୁ ଭ୍ରଷ୍ଟ କଂଗ୍ରେସ ସରକାରକୁ ଉପାଡ଼ି ଫୋପାଡ଼ିବାର ନିଷ୍ପତି ନେଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ଶୁକ୍ରବାର ଛତିଶଗଡ଼ର ରାୟପୁରରେ ଭାଜପାର ବିଜୟ ସଂକଳ୍ପ ରାଲିକୁ ସମ୍ବୋଧିତ କରି ଏହା କହିଛନ୍ତି । ସେ କହିଥିଲେ ଯେ, ଏହି ଦୁର୍ନୀତି ଅଭିଯୋଗ କେବଳ ମଦ କ୍ଷେତ୍ରରେ ସୀମିତ ନାହିଁ, ରାଜ୍ୟରେ କୋଇଲା ମାଫିଆ, ବାଲି ମାଫିଆ ଏବଂ ଜମି ମାଫିଆ ମଧ୍ୟ ସକ୍ରିୟ ରହିଛନ୍ତି ।

Leave a Reply

Your email address will not be published. Required fields are marked *