କଂଗ୍ରେସ ନେତ୍ରୀଙ୍କ ଉନ୍ମତ୍ତକାଣ୍ଡ…ସୁରକ୍ଷା କର୍ମୀଙ୍କ ଉପରକୁ ପକାଇଲେ ଛେପ

ଅଡୁଆରେ ରାହୁଲ ଗାନ୍ଧୀ। ନ୍ୟାସନାଲ ହିରାଲ୍ଡ ଅଭିଯୋଗରେ କଂଗ୍ରେସର ନେତା ରାହୁଲ ଗାନ୍ଧୀଙ୍କୁ ଇଡି ଜେରା ଜାରି ରହିଛି। ଏନେଇ କଂଗ୍ରେସ ନେତା ଓ କର୍ମୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସମସ୍ତ ରାଜ୍ୟରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ଜାରି ରହିଛି। ଏହା ମଧ୍ୟରେ ରାଜଧାନୀ ଦିଲ୍ଲୀରେ ଇଡିର ଜେରାକୁ ନେଇ କଂଗ୍ରେସ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବର୍ତ୍ତମାନ ଜଣେ କଂଗ୍ରେସ ନେତ୍ରୀ ନାଟା ଡିସୋଜା ବିକ୍ଷୋଭ ସମୟରେ ପୋଲିସ ଉପରକୁ ଛେପ ପକାଇଛନ୍ତି। ଯାହାକୁ ନେଇ ପୁଣି ସରଗରମ ହୋଇଛି ରାଜନୀତି।ଦିନକୁ ଦିନ ବଢିବାରେ ଲାଗିଛି ରାହୁଲ ଗାନ୍ଧୀଙ୍କ ଅଡୁଆ। ରାହୁଲଙ୍କୁ ଇଡି ଜେରା ନେଇ କଂଗ୍ରେସ ପକ୍ଷରୁ ଦେଶ ତମାମ ଜାରୀ ରହିଛି ବିକ୍ଷୋଭ ପ୍ରଦର୍ଶନ। ରାହୁଲ ଗାନ୍ଧୀ ଙ୍କୁ ଇଡି ର ଜେରା ଓ ଅଗ୍ନିପଥ ସ୍କିମ୍‌ ବିରୋଧ କରିବା ସମୟରେ ଏକ ଲଜ୍ଜିତ ଭିଡିଓ ସାମ୍ନାକୁ ଆସିଛି। କଂଗ୍ରେସ ପାର୍ଟି ମହିଳା ମୋର୍ଚ୍ଚାର ଅଧ୍ୟକ୍ଷ ନେତ୍ରୀ ନେଟା ଡି’ସୁଜା ସୁରକ୍ଷା କର୍ମୀଙ୍କ ଉପରକୁ ଛେପ ପକାଇଛନ୍ତି।

ଯେତେବେଳେ ତାଙ୍କୁ ପୋଲିସ ଗିରଫ କରିଥିଲେ ଏବଂ ତାଙ୍କୁ ଗାଡିରେ ବସାଇବାକୁ ପ୍ରୟାସ କରିଥିଲେ ସେତେବେଳେ ନେଟା ଜଣେ ପୋଲିସ ମହିଳାକର୍ମୀଙ୍କ ଉପରେ ଛେପ ପକାଇଛନ୍ତି। ନେଟାଙ୍କ ଏଭଳି ହରକତକୁ ନେଇ କଂଗ୍ରେସ ନିନ୍ଦିତ ହୋଇଛି। ଜଣେ ରାଜନୈତିକ ନେତ୍ରୀ ହୋଇ ସୁରକ୍ଷାକର୍ମୀଙ୍କ ଉପରେ ଏଭଳି ଅପମାନ କରିଥିବା ଟା କେତେ ଦୂର ଠିକ୍? ଏଭଳି ଅପବ୍ୟବହାର କରିଥିବା ନେଟା ଡିସୁଜାଙ୍କୁ ସମସ୍ତେ ନିନ୍ଦା କରୁଛନ୍ତି। ଏହି ଲଜ୍ଜ୍ୟାଜନକ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରିବୁଲିଛି। ଭାଇରାଲ ହେଉଥିବା ଏହି ଭିଡିଓ ରେ ଆପଣ ଦେଖିପାରୁଥିବେ ବିକ୍ଷୋଭ କରୁଥିବା କଂଗ୍ରେସ କର୍ମୀମାନ ଓ ପୋଲିସ ମୁହାଁମୁହିଁ ହୋଇଚନ୍ତି। ପୋଲିସର କର୍ମଚାରୀମାନେ ଆନ୍ଦୋଳନକାରୀଙ୍କୁ ଗିରଫ କରି ତାଙ୍କ ହେପାଜତକୁ ନେଇ ବସ୍ ରେ ବସାଉଥିବା ସମୟରେ କଂଗ୍ରେସମନ୍ତ୍ରୀ ନେଟା ଡିସୁଜା ପୋଲିସ କର୍ମୀଙ୍କ ଉପରେ ଛେପ ପକାଉଥିବା ନଜର ଆସୁଛନ୍ତି।

କଂଗ୍ରେସ ନେତ୍ରୀଙ୍କ ଏଭଳି ଆଚରଣ ବା ର୍ଦୁଃବ୍ୟବହାର ଯୋଗୁଁ କଂଗ୍ରେସ ଦଳକୁ ପୁଣି ଥରେ ଲଜ୍ଜିତ ହୋବାକୁ ପଡିଛି। ତେବେ କିଛି ଦିନ ପୂର୍ବରୁ କର୍ଣ୍ଣାଟକର କଂଗ୍ରେସ ମନ୍ତ୍ରୀ ବିକ୍ଷୋଭ ସମୟରେ ପୋଲିସର କଲାର ଧରୀଥିବା ବେଳେ ତ୍ରୀପୁରା ମଧ୍ୟ ଜଣେ କଂଗ୍ରେ ନେତ୍ରୀୋ ପାଲିସକୁ ଖରାପ ବ୍ୟବହାର କରୁଥିବା ନଜର ଆସିଥିଲେ। ଯାହାକୁ ନେଇ ସେମନେ ସଫେଇ ମଧ୍ୟ ଦେଇ ନିଜକୁ ନିର୍ଦ୍ଦେଶ ପ୍ରମାଣିତ କରିବାକୁ ଚେଷ୍ଟା କରିଛନ୍ତି। ଯାହାକୁ ବିଜେପି ସମେତ ଅନେକ ରାଜନୈତିକ ଦଳ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଥିଲା।ଅନ୍ୟପଟେ ଏହାକୁ ନେଇ କଂଗ୍ରେସ ନେତା ଅଭିଯୋଗ କହିଛନ୍ତି ଯେ, ଦିଲ୍ଲୀ ପୋଲିସ ମୋଦି ସରକାରଙ୍କ ନିର୍ଦ୍ଦେଶରେ ଦିଲ୍ଲୀ ପୋଲିସ ଗଣତାନ୍ତ୍ରୀକ କାର୍ଯ୍ୟରୁ ବିକ୍ଷୋଭ କରିବା ପାଇଁ ତାଙ୍କୁ ଅଟକାଯାଉଛି।

  • ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *